୫ ଆସନରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ

ଜଳେଶ୍ବର, ବରୀ, ଆଠମଲ୍ଲିକ, ପୁରୀ, ଆଠଗଡ଼ରେ ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।

ନୀଳଗିରି ପାଇଁ ଅକ୍ଷୟ ଆଚାର୍ଯ୍ୟଙ୍କୁ ଟିକେଟ

ଭୁବନେଶ୍ବର, ୦୫/୦୫/୨୦୨୪: ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ। ଜଳେଶ୍ବର, ବରୀ, ଆଠମଲ୍ଲିକ, ପୁରୀ, ଆଠଗଡ଼ରେ ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।

କଂଗ୍ରେସ ବରୀରୁ ଆରତି ଦେଓଙ୍କ ନାମ ଘୋଷଣା କରିଥିବା ବେଳେ ଏବେ ଗତ କାଲି ଦଳରେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକଙ୍କୁ ଟିକେଟ ମିଳିଛି। ଜଳେଶ୍ଵରରେ ଦେବୀପ୍ରସନ୍ନ ଚାନ୍ଦଙ୍କ ବଦଳରେ ସୁଦର୍ଶନ ଦାସଙ୍କୁ ପ୍ରାର୍ଥୀ କରିଛି। ସେହିପରି ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ସ୍ଥାନରେ ହିମାଂଶୁ ଚାଉଳିଆଙ୍କୁ ଟିକେଟ ଦେଇଛି। ଆଠଗଡ଼ରେ ମେହବୁବ ଅହମ୍ମଦ ଖାନ୍‌ଙ୍କ ବଦଳରେ ସୁଦର୍ଶନ ସାହୁଙ୍କୁ ନୂଆ ପ୍ରାର୍ଥୀ କରିଛି ଦଳ। ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାଙ୍କୁ ପ୍ରାର୍ଥୀ ଘୋଷଣା କରିଛି।

ଏହା ସହ ନୀଳଗିରି ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ଏହି ଆସନରୁ ପ୍ରାର୍ଥୀ କରିଛି।