ସମୀରଙ୍କୁ ନିଯୁକ୍ତି ଦେଲା ବିଜେଡି

ବିଜେଡ଼ି ଜାରି କଲା ପ୍ରେସ ବିଜ୍ଞପ୍ତି

ଅରୁନ୍ଧତୀ ଦେବୀଙ୍କୁ ମିଳିଲା ନୂତନ ଦାୟିତ୍ବ

ଭୁବନେଶ୍ବର, ୦୬/୦୫/୨୦୨୪: ବିଜେଡି ଟିକେଟରୁ ବଞ୍ଚିତ ହୋଇଥିବା ଦୁଇ ଆଶାୟୀଙ୍କୁ ମିଳିଛି ନୂତନ ଦାୟିତ୍ବ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ସମୀର ରଞ୍ଜନ ଦାସ ଓ ଅରୁନ୍ଧତୀ ଦେବୀଙ୍କୁ ନୂତନ ନିଯୁକ୍ତି ଦେଇଛନ୍ତି।

ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପାଇଁ ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ସେହିପରି ଦେବଗଡ଼ର ଅରୁନ୍ଧତୀ କୁମାରୀ ଦେବୀଙ୍କୁ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଦଳ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତିରେ ଜାରି କରାଯାଇଛି।