“ଦର୍ଶନ” ବରଗଡ଼ ଜିଲ୍ଲା କାର୍ଯ୍ୟାଳୟ ଶୁଭାରମ୍ଭ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ "ଦର୍ଶନ"ର ବରଗଡ଼ ଜିଲ୍ଲା କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି।

ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଶିଶୁ କଳାକାର ଶ୍ରୀକୃଷ୍ଣଙ୍କ ହାତରେ ଉଦଘାଟିତ

ବରଗଡ଼, ୧୦/୦୫/୨୦୨୪: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଦୈନିକ ଖବରକାଗଜ ଦର୍ଶନ ର ବରଗଡ଼ ଜିଲ୍ଲା କାର୍ଯ୍ୟାଳୟ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି। ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ବରଗଡ଼ ସହର ଅମ୍ବାପାଲି ଛକ ନିକଟରେ ଥିବା ଗଜପତି ମଣ୍ଡପ ସମ୍ମୁଖରେ ଏହି କାର୍ଯ୍ୟାଳୟ ଆରମ୍ଭ ହୋଇଛି। ରାଜ୍ୟରେ ଅନେକ ଖବରକାଗଜ ଥିବା ବେଳେ ସାଧାରଣ ଲୋକଙ୍କ ସ୍ବରକୁ ଶାସନତନ୍ତ୍ର ନିକଟରେ ପହଞ୍ଚିବା ଲକ୍ଷ୍ୟ ନେଇ ଦୀର୍ଘ ୨୧ ବର୍ଷ ଧରି ସଂଗ୍ରାମ ଚଳାଇଥିବା ଦର୍ଶନ ବରଗଡ଼ ଜିଲ୍ଲା କାର୍ଯ୍ୟାଳୟ ହେବା ଦ୍ବାରା ଅଞ୍ଚଳର ଜନସାଧାରଣ ତାଙ୍କର ମୌଳିକ ଅଧିକାର ପାଇବାରେ ଦର୍ଶନ ପରିବାର ସହଯୋଗ କରିପାରିବ ବୋଲି କୁହାଯାଇଛି। ଦର୍ଶନ ସମ୍ପାଦକ ବିଭୁତି ଭୂଷଣ ନାୟକ ତଥା କାର୍ଯ୍ୟକାରୀ ସମ୍ପାଦକ ପ୍ରଶମିତା ମହାନ୍ତି ଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ବରଗଡ଼ ଜିଲ୍ଲା କାର୍ଯ୍ୟାଳୟ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାର ଗୁରୁତ୍ୱପୂର୍ଣ୍ଣ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାର ସମ୍ରାଟ ମହାପାତ୍ରଙ୍କ ହାତରୁ ଫିତା କାଟି ଉଦଘାଟନ କରାଯାଇଛି। ଏହି ଅବସରରେ ପଶ୍ଚିମ ଓଡିଶା ମୁଖ୍ୟ ସୁବ୍ରତ କୁମାର ବିର୍ତ୍ତିଆ ଦର୍ଶନ ବରଗଡ଼ ବ୍ଲକ ପ୍ରତିନିଧି ସୁନିଲ ଶର୍ମା ପ୍ରମୁଖ ଉପସ୍ଥିତ ରହିଥିଲେ। ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଦର୍ଶନ କାର୍ଯ୍ୟାଳୟ ଆରମ୍ଭ କରାଯିବ ବୋଲି ଶ୍ରୀ ବିର୍ତ୍ତିଆ ସୂଚନା ଦେଇଛନ୍ତି।