ବିଜେଡ଼ିରେ ଯୋଗଦେଲେ କଂଗ୍ରେସର ତୁରେଇକେଲା ବ୍ଲକ ଅଧ୍ୟକ୍ଷା ପୂଜା ବେହେରା

ବିଜେଡିର ମିଶ୍ରଣ ପର୍ବ

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ

ଭୁବନେଶ୍ୱର, ୧୦/୦୫/୨୦୨୪: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରେଇକେଲା ବ୍ଲକ ଅଧ୍ୟକ୍ଷା ତଥା କଂଗ୍ରେସ ନେତ୍ରୀ ପୂଜା ବେହେରାଙ୍କ ସହ ବହୁ ନିର୍ବାଚିତ ପ୍ରତିନିଧି ଓ ଶତାଧିକ କଂଗ୍ରେସ କର୍ମୀ ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ପୂଜା ବେହେରା ଓ ଶତାଧିକ କଂଗ୍ରେସ କର୍ମୀଙ୍କୁ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ପାତ୍ର କହିଥିଲେ ।
ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ତୁରେଇକେଲା ବ୍ଲକ ଅଧ୍ୟକ୍ଷା ପୂଜା ବେହେରା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, କଣ୍ଟାବାଞ୍ଜିର ବିକାଶ ଅଧିକ ତ୍ୱରାନ୍ୱିତ ହେବ । ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢୁଥିବାରୁ ଆମେ ବହୁତ ଖୁସି । ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷାଧିକ ଭୋଟରେ ଜିତାଇବୁ । ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି । ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଓ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।
ଏହି ମିଶ୍ରଣ ପର୍ବରେ ଗିରିରାଜ ସିଂ ମାଝୀ, ପ୍ରମୋଦ କୁମାର ମହାପାତ୍ର, ପୂର୍ଣ୍ଣ ଚନ୍ଦ୍ର ମାଝୀ, ପିତ ସମ୍ରାଟ, ପଦ୍ମ ଭୋଇ, ମୋତିରାମ ଭୋଇ, ଶୁଭକେଷି ଜାନି, କୋବିତା ପୁଟେଲ, ମୋତିଲାଲ ମହାନନ୍ଦ, ସୁଶିଳା ଭୋଇ, ଦେବରାଜ ପୁଟେଲ, ଦୁଲାଧର ବାଗ, ଗୋଜା କୁମ୍ଭାର, ରୀତା ଭତ୍ରା, ଆରତୀ ସୁନା, ଛାୟାବତୀ ମେହେରା, ଜ୍ଞାନରଞ୍ଜନ ତାଣ୍ଡି, ବିନୋଦିନୀ ନାଗ, ଲବଣୀ ଭୋଇ, ନିଲାବତୀ ଧାରୁଆ, ରଶ୍ମିତା ଦାସ, ବିଳାସ ପୁଟେଲ, କାର୍ତ୍ତିକ ପୁଟେଲ, ସୁଦାମ ବେହେରା, ଦେବରା ମେହେର, କିଶୋର ଚନ୍ଦ୍ର ବେହେରା, ନରେନ୍ଦ୍ର ମେହେର, ମୁକେଶ ମେହେର, ଭରତ ଚନ୍ଦ୍ର ପ୍ରଧାନ, ସଞ୍ଜୟ କୁଅଁର, ଚକ୍ରଧର ମାଝୀ, ଅନୁ ଭୋଇ, ମନୋହର ଜାନି, ବିପିନ ଭୋଇ, ଛବିଳ ଭୋଇ, ପ୍ରକାଶ ଭୋଇ, କୈବଲ୍ୟ ଭୋଇ, ନନ୍ଦ ବେହେରା, ନେପାଳ ପୋଢ, ହରି ସିଂ ପୋଢ, ହରେକୃଷ୍ଣ ଶଗରିଆ, ବିଦେଶୀ ବେହେରା, ଉପା ବାଗ, ଭଜମନ ବେହେରାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।