ନିର୍ବାଚନ ଇସ୍ତାହାରରେ ନଥିବା ମିଥ୍ୟା ପ୍ରତିଶ୍ରୁତି ଦେଉଛି ସମ୍ବଲପୁର ଜିଲ୍ଲା ବିଜେପି

ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲା ବିଜେଡ଼ି।

କାର୍ଯ୍ୟନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ବର, ୧୧/୦୫/୨୦୨୪: ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ ନଥିବା ମିଥ୍ୟା ପ୍ରତିଶ୍ରୁତି ଦେଉଛି ସମ୍ବଲପୁର ଜିଲ୍ଲା ବିଜେପି। ଭୋଟରଙ୍କୁ ବେଆଇନ ଭାବେ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଥିବା ସମ୍ବଲପୁର ଜିଲ୍ଲା ବିଜେପି ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି। ଜିଲ୍ଲାର ବିଭିନ୍ନ ସ୍ଥାନରେ କାନ୍ଥ ଲେଖା ଓ ଚିତ୍ରାଙ୍କନ ମାଧ୍ୟମରେ ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ ନଥିବା ମିଥ୍ୟା ପ୍ରତିଶ୍ରୁତି ଦେବା ସହିତ ସରକାରୀ ଓ ବେସରକାରୀ କାନ୍ଥକୁ ବିକୃତ କରାଯାଉଛି। ଏହା ନିର୍ବାଚନ ଆୟୋଗଙ୍କ ଦ୍ୱାରା ଧାର୍ଯ୍ୟ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନର କରାଯାଉଛି ବୋଲି ବିଜେଡ଼ି ଅଭିଯୋଗ କରିଛି। ଘରୋଇ ସମ୍ପତ୍ତି କ୍ଷେତ୍ରରେ ଘର ମାଲିକଙ୍କ ବିନା ଅନୁମତିରେ ଏଭଳି କାର୍ଯ୍ୟ କରିବା ସମ୍ପୂର୍ଣ୍ଣ ବେଆଇନ। ଏଭଳି କାର୍ଯ୍ୟ ଦ୍ୱାରା ନିର୍ବାଚନ ବାତାବରଣ ଖରାପ ହେଉଛି ବୋଲି ବିଜେଡି କହିଛି।