ବନ୍ଧା ହେଲେ ବ୍ରହ୍ମପୁର ସ୍ୱାଧୀନ ଏମ୍ଏଲ୍ଏ ପ୍ରାର୍ଥୀ

ବ୍ରହ୍ମପୁର ବିଧାନସଭା ଆସନର ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଗିରଫ ହୋଇଛନ୍ତି।

ଏମ୍ସରେ ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର, ୧୪/୦୫/୨୦୨୪: ବ୍ରହ୍ମପୁର ବିଧାନସଭା ଆସନପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ମଙ୍ଗଳବାର ପୁଲିସ ଗିରଫ କରିଛି। ଶିବଶଙ୍କର ଓ ତାଙ୍କ ସମର୍ଥକମାନେ ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ଗିରଫ ହୋଇଛନ୍ତି ଶିବଶଙ୍କର।

ଗତକାଲି ଭୋଟିଂ ସମୟରେ ସହ ବ୍ରହ୍ମପୁରର ଗୋଷାଣୀ ନୁଆଗାଁର ଉତ୍କଳମଣି ୟୁପି ସ୍କୁଲ୍ ବୁଥରେ ପ୍ରଦୀପ ପାଣିଗ୍ରାହୀ ଓ ଶିବଶଙ୍କର ଦାସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଯାହାଫଳରେ ପ୍ରଦୀପଙ୍କ ଛାତି ଓ ଫୁସଫୁସରେ ଗଭୀର ଆଘାତ ଲାଗିଥିଲା। ଆହତ ହୋଇ ପ୍ରାଥମିକ ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ ପ୍ରଦୀପ। ହେଲେ ଅଧିକ ଚିକିତ୍ସା ପାଇଁ ମଙ୍ଗଳବାର ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

ପ୍ରଦୀପଙ୍କ ପତ୍ନୀ ସୁଜାତା ଗଣମାଧ୍ୟମକୁ କହିଛନ୍ତି, ଛାତି ସହ ବେକରେ ମଧ୍ୟ କିଛି ଆଘାତ ଲାଗିଥିବାରୁ ଆମେ ଏମ୍ସକୁ ଚେକ୍ ଅପ୍ ପାଇଁ ଆସିଛୁ। ବିରୋଧୀଙ୍କ ଦ୍ୱାରା ନିର୍ବାଚନ ହାରିବା ଭୟରେ ଏସବୁ ଘଟିଛି। ଓଡ଼ିଶାରେ ହିଂସା ଚରମ ସୀମାରେ ପହଞ୍ଚିଛି। ଜୁନ୍ ୪ ତାରିଖରେ ଲୋକମାନେ ଏହାର କଡ଼ା ଜବାବ ଦେବେ ବୋଲି ସେ କହିଛନ୍ତି।