ବାରଣାସୀରୁ ନାମାଙ୍କନ ଭରିଲେ ନରେନ୍ଦ୍ର ମୋଦି

ପାରମ୍ପରିକ ଆସନ ବାରଣାସୀ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଉପସ୍ଥିତ ଥିଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ, ୧୪/୦୫/୨୦୨୪: ଉତ୍ତରପ୍ରଦେଶର ବାରଣାସୀ ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲଗାତାର ତୃତୀୟ ଥର ପାଇଁ ନିଜର ପାରମ୍ପରିକ ଆସନରୁ ନାମାଙ୍କନ ଭରିଛନ୍ତି। ନାମାଙ୍କନ ପତ୍ର ଦାଖଲ ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ।

ବାରାଣସୀରେ ଜୁନ୍ ୧ ରେ ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟରେ ମତଦାନ ହେବ। ଚଳିତ ଥର ମୋଦି କଂଗ୍ରେସ ଦଳର ଅଜୟ ରାୟ ଏବଂ ବହୁଜନ ସମାଜବାଦୀ ପାର୍ଟି (ବିଏସପି)ର ଅତହର ଅଲ୍ଲୀ ଲାରିଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି। ପ୍ରଧାନମନ୍ତ୍ରୀ ପୂର୍ବରୁ ଦୁଇ ଥର ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ଏହି ଆସନରୁ ଲଢି ବିଜୟୀ ହୋଇଥିଲେ। ୨୦୧୯ ନିର୍ବାଚନରେ ମୋଦି ଏହି ଆସନରୁ ପାଖାପାଖି ୪.୮ ଲକ୍ଷ ଭୋଟରେ ବିଜୟୀ ହୋଇଥିଲେ।