ଭୁବନେଶ୍ବରରେ ନବୀନଙ୍କ ରୋଡ୍ ସୋ

ମଧ୍ୟ ଭୁବନେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ରୋଡ୍ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜଧାନୀରେ ଜନସମୁଦ୍ର

ଭୁବନେଶ୍ବର, ୧୬/୦୫/୨୦୨୪: ଭୁବନେଶ୍ବରରେ ରୋଡ୍ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଭିନବ ଉପାୟରେ ରୋଡ୍ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ। ମଧ୍ୟ ଭୁବନେଶ୍ୱରରେ ରୋଡ୍ ସୋ ସମୟରେ ସାଥିରେ ଅଛନ୍ତି ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ଝଲକ ଦେଖିବାକୁ ସାରା ରାଜଧାନୀ ଲୋକାରଣ୍ୟ। ରୋଡ୍ ସୋରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଆସନ୍ତା ଜୁଲାଇ ମାସରୁ ବିଜୁଳି ବିଲ୍ ମାଗଣାରେ ମିଳିବ। ବିଏସକେୱାଇ କାର୍ଡରେ ସମସ୍ତଙ୍କୁ ସାମିଲ କରାଯିବ। ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ବିଜୟୀ କରାନ୍ତୁ।