ଆସନ୍ତାକାଲି ଭୁବନେଶ୍ୱରରେ ନବୀନଙ୍କ ରୋଡ୍ ସୋ

ଆସନ୍ତାକାଲି ଅପରାହ୍ନ ୪ଟାରେ ଭୁବନେଶ୍ୱରରେ ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରୋଡ୍ ସୋ’ ପାଇଁ ଜାରି ହେଲା ଟ୍ରାଫିକ୍ କଟକଣା

ଭୁବନେଶ୍ବର, ୧୯/୦୫/୨୦୨୪: ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ରୋଡ୍ ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ୪ଟାରୁ ଆରମ୍ଭ ହେବ ବିଶାଳ ରୋଡ୍ ସୋ। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ପୁନମା ଗେଟ ଫ୍ଲାଏ ଓଭର ବ୍ରିଜରୁ ଆରମ୍ଭ ହୋଇ ପଳାଶପଲ୍ଲୀଠାରୁ ବିଡିଏ କଲୋନୀ ଛକ, ସୁନ୍ଦରପଦା ହାଟ, ପୋଖରୀପୁଟ ଛକ, ପ୍ରମେୟ ଛକ, ଶିରିପୂର ଛକ, ଗଙ୍ଗନଗର ଛକ, ରାଜେନ୍ଦ୍ର ବିହାର ହୋଇ ଏକାମ୍ର ଛକ ପର୍ଯ୍ୟନ୍ତ ରୋଡ୍ ସୋରେ ଯୋଗ ଦେବେ।

ମୁଖ୍ୟମନ୍ତ୍ରୀଙ୍କ ରୋଡ ସୋ ପାଇଁ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ପୁଲିସ କମିଶନରେଟ ଟ୍ୱିନ ସିଟି ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ୨୦୦୮ ଧାରା ୩୬ ଅନୁସାରେ, ଜନସାଧାରଣଙ୍କ ପାଇଁ ଟ୍ରାଫିକ୍ କଟକଣା ବଳବତ୍ତର ରହିବ। ଏହି ସମୟରେ ଯାତାୟତ ଉପରେ କଟକଣା ରହିବ। କୌଣସି ପ୍ରକାର ଯାନବାହାନ ଖଣ୍ଡଗିରି ଛକ ପଟୁ ଜାଗମରା ଛକ ଆଡକୁ ଓ ଡେଲଟା ଛକ ପଟୁ ସିଟି ଓମେନ୍ସ କଲେଜ ଆଡକୁ ଯାଇପାରିବେ ନାହିଁ। ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନ ଏହି ସମୟରେ ରାସ୍ତାରେ ଯିବାକୁ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି।