ନିଖୋଜ କାହାଣୀ ଯୋଡ଼ି ହେଉଛି ଦାଦନ ପରିବାରରେ

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ୧୩୯୧୮ ଜଣ ଚଳିତ ସାଧାରଣ ନିର୍ବାଚନରେ ଭୋଟ ଦେଇ ନାହାନ୍ତି।

ବାପା ମା’ ଆନ୍ଧ୍ରରେ ଦାଦନ, ଝିଅ ଓଡ଼ିଶାରେ ନିଖୋଜ

ବୋଡ଼େନ, ୨୨/୦୫: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ୧୩୯୧୮ ଜଣ ଚଳିତ ସାଧାରଣ ନିର୍ବାଚନରେ ଭୋଟ ଦେଇ ନାହାନ୍ତି। ତନ୍ମଧ୍ୟରୁ ବର୍ତ୍ତନସିଲ ଗ୍ରାମର ଅଙ୍ଗଦ ତାଣ୍ଡି ଓ ତାଙ୍କ ପତ୍ନୀ ଲଳିତା ତାଣ୍ଡି କାରଣ ଚା ଖଣ୍ଡେ ପେଟକୁ ଖାଦ୍ୟ ଯୋଗାଇବା ପାଇଁ ଅର୍ଥ ଉପାର୍ଜନ ନିମିତ୍ତ ଓଡ଼ିଶା ଛାଡ଼ି ଆନ୍ଧ୍ର ରାଜ୍ୟକୁ ଦାଦନ ଯାଇଛନ୍ତି ଘରେ ୧୬ ବର୍ଷର ଝିଅକୁ ଛାଡ଼ି। ଦାଦନ ବାସରେ କିଏ ରୋଗ ଗ୍ରସ୍ତ ତ ଆଉ କାହାର ରାସ୍ତା ଦୁ୍ର୍ଘଟଣାରେ ପ୍ରାଣହାନି,ପୁଣି କାହାର ହାତ କଟେ ତ ଆଉ କାହାର ଘରକୁ ଫେରିଲା ପରେ ଜୀବନ ଯାଏ,କାହାର ଝିଅ ହଜିଯାଏ ପୁଣି କାହାର ପୁଅ ,ଏସବୁ ଦାଦନ କାହାଣୀର ଗୋଟିଏ ଗୋଟିଏ ପୃଷ୍ଠା ଅନେକ ପୋଲିସ ଷ୍ଟେସନରେ ଦେଖିବାକୁ ମିଳେ। କିନ୍ତୁ ଏଠି ଦାଦନ ଶ୍ରମିକ ଅଙ୍ଗଦ ତାଣ୍ଡିଙ୍କ କାହାଣୀ ଅଲଗା। ସେ ତାଙ୍କ ଝିଅ କସ୍ତୁରୀ ତାଣ୍ଡି(ରିଙ୍କି),ବୟସ ୧୬ ଙ୍କୁ ନିଜ ଘରେ ଛାଡ଼ି ଦାଦନ ଗଲେ। ଗତ ଏପ୍ରିଲ ମାସ ୨୨ ତାରିଖ ଦିନ ରିଙ୍କି ଗାଁରୁ ନିଖୋଜ ହୋଇ ଯାଇଛନ୍ତି। ପରିବାରର ସମ୍ପର୍କୀୟ ମାନେ ଖୋଜି ଖୋଜି ପାଉ ନାହାନ୍ତି। ଏନେଇ ଝିଅର କାକା (ଦାଦା) ନାରାୟଣ ତାଣ୍ଡି ବୋଡ଼େନ ପୋଲିସ ଷ୍ଟେସନ ଅଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି। ନିର୍ବାଚନ ଦୃଷ୍ଟିରୁ ପୋଲିସ କର୍ମଚାରୀ ନିର୍ବାଚନରେ ନିଯୁକ୍ତ ଥିବା ସତ୍ତ୍ବେ ମଧ୍ୟ ପୋଲିସର ଖୋଜିବା ଶୈଳୀରେ ଅଧିକାରୀଗଣ ପ୍ରୟାସ ଜାରି ରଖିଛନ୍ତି। ଝିଅ ନିଖୋଜ ହେବାରେ କାହାର ହାତ ଅଛି କି କାହାକୁ ସନ୍ଦେହ କରୁଛନ୍ତି କି ବୋଲି ତାଙ୍କ ସମ୍ପର୍କୀୟଙ୍କୁ ପଚାରିବାରୁ କହିଲେ ଯେ କାହାକୁ ସନ୍ଦେହ କରୁନାହାନ୍ତି।