ବୁଝାଇଦେଲା ବିଜେଡି, ବୁଝିଗଲେ ଜ୍ୟୋତି

ଗତ କାଲି ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ଆଜି ପୁଣି ଦଳକୁ ଫେରିଛନ୍ତି।

ମିଳିଲା ନୂତନ ଦାୟିତ୍ବ

ଭୁବନେଶ୍ବର, ୨୩/୦୫: ଇସ୍ତଫା ଦେବାର ଦିନେ ନ ପୁରୁଣୁ ଦଳରେ ପୁନଃଯୋଗ ଦେଇଛନ୍ତି ସିମୁଳିଆ ବିଧାୟକ। ଗତ କାଲି ବିଜେଡ଼ି ଉପରେ ଅଭିମାନ କରି ଇସ୍ତଫା ଦେଇଥିବା ବେଳେ ଆଜି ପୁଣି ଦଳରେ ଯୋଗ ଦେଇଛନ୍ତି ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଦଳ ତାଙ୍କୁ ଚଳିତ ନିର୍ବାଚନ ପାଇଁ ଟିକେଟ ଦେଇ ନଥିବାରୁ ଅସନ୍ତୋଷ ଥିଲେ ଜ୍ୟୋତି। ତେଣୁ ଗତ କାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ। ହେଲେ, ଆଜି ବିଜେଡି ତାଙ୍କୁ ଦଳର ନୂତନ ଦାୟିତ୍ବ ଦେଇ ବୁଝାଇ ଦେଇଛି। ବାଲେଶ୍ୱର ଜିଲ୍ଲା ସଭାପତି ଭାବେ ଦଳ ତାଙ୍କୁ ନୂତନ ଦାୟିତ୍ବ ଦେଇଛି। ଅନ୍ୟପକ୍ଷରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଅଶ୍ୱିନୀ ପାତ୍ରଙ୍କୁ ଦାୟିତ୍ୱ ମିଳିଛି। ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।