ମତ ସାବ୍ୟସ୍ତ କଲେ କାର୍ତ୍ତିକ ପାଣ୍ଡିଆନ

ୟୁନିଟ୍ ୬ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଯାଇ ଭୋଟ୍ ଦେଇଛନ୍ତି କାର୍ତ୍ତିକ ପାଣ୍ଡିଆନ।

ଅଟୋରେ ଗଲେ, ଲମ୍ବା ଲାଇନରେ ଛିଡା ହେଲେ

ଭୁବନେଶ୍ବର, ୨୫/୦୫: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୁବନେଶ୍ୱରରେ ଭୁବନେଶ୍ୱରରେ ନିଜ ମତ ସାବ୍ୟସ୍ତ କରିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ନିଜ ମନ ପସନ୍ଦର ନେତାଙ୍କୁ ବାଛିଛନ୍ତି। କାର୍ତ୍ତିକ ପାଣ୍ଡିଆନ ଏକ ଅଟୋରିକ୍ସାରେ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। ପାଣ୍ଡିଆନ ୟୁନିଟ୍-୬ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟର ୪୪ ନମ୍ବର ବୁଥରେ ପହଞ୍ଚି ସାଧାରଣ ଲୋକଙ୍କ ଭଳି ଲମ୍ବା ଧାଡ଼ିରେ ଠିଆ ହୋଇ ନିଜ ନମ୍ବର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଓ ମତଦାନ କରିଥିଲେ। ଭୋଟ୍ ଦେବା ପରେ ପାଣ୍ଡିଆନ ଜନସାଧାରଣଙ୍କୁ ସମ୍ବୋଧିତ କରିବା ସହ ସମସ୍ତେ ଆସି ବହୁ ସଂଖ୍ୟାରେ ଭୋଟ୍ ଦେଇ ଗଣତନ୍ତ୍ରର ମହାନ ପର୍ବରେ ଅଂଶଗ୍ରହଣ କରିବା ଉଚିତ ବୋଲି କହିଥିଲେ।