ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୋଟ୍ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଇତିହାସ ରଚିବ ଓଡ଼ିଶା କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୨୫/୦୫: ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନରେ ନିଜ ମତ ସାବ୍ୟସ୍ତ କରିଛନ୍ତି ନବୀନ। ଏରୋଡ୍ରମ୍‌‌ କଲୋନୀ ୟୁପି ସ୍କୁଲ କେନ୍ଦ୍ରରେ ଭୋଟ ଦେଇଛନ୍ତି। ଭୋଟ ଦେବା ପରେ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇଥିଲେ ମୁଖ୍ୟମନ୍ତ୍ରୀ। ସମସ୍ତ ଭୋଟରଙ୍କୁ ଭୋଟ ଦେବା ପାଇଁ ଅପିଲ୍ କରିବା ସହ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ କହିଥିଲେ , ରାଜ୍ୟରେ ବିଜେଡ଼ିର ବଡ଼ ବିଜୟ ହେବ। ଓଡିଶାବାସୀ ଓ ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଶାରେ ସ୍ଥିର ସରକାର ଗଠନ କରିବ ବିଜେଡି। ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡ଼ିକୁ ବଡ଼ ବିଜୟ ମିଳିବ। ଚଳିତ ନିର୍ବାରନରେ ଇତିହାସ ରଚିବ ଓଡି଼ଶା।