ଡ୍ୟୁଟି ବେଳେ ଟଳି ପଡିଲେ ପୋଲିଂ ଏଜେଣ୍ଟ

ଗଞ୍ଜାମ ଜିଲ୍ଲା ହିନ୍ଦୋଳର ୧୩୬ ନମ୍ବର ବୁଥରେ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ଘଟିଛି।

ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ

ହିନ୍ଦୋଳ,୨୫/୦୫: ଭୋଟିଂ ଚାଲୁଥିବା ସମୟରେ ନିର୍ବାଚନ ଡ୍ୟୁଟିରେ ଥିବା ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିନ୍ଦୋଳର ୧୩୬ ନମ୍ବର ବୁଥରେ।

ମିଳିଥିବା ସୂଚନା ମୁତାବକ, ଆଜି ସକାଳ ସାଢ଼େ ୯ଟାରେ ମତଦାନ କେନ୍ଦ୍ରରେ ଡ୍ୟୁଟିରେ ଥିବା ବେଳେ ସେ ହଠାତ୍ ଚେତାଶୂନ୍ୟ ହୋଇ ପଡିବା ପରେ ତୁରନ୍ତ ତାଙ୍କୁ ହିନ୍ଦୋଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କ ନାମ ଶୁକଦେବ ପଟ୍ଟନାୟକ ବୋଲି ଜଣାପଡ଼ିଛି। ତେବେ ମୃତ୍ୟୁର କାରଣ ଜଣା ପଡ଼ିନଥିବା ବେଳେ ସନ୍ ଷ୍ଟ୍ରୋକ୍ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।