ତୃତୀୟ ପର୍ଯ୍ୟାୟ ମତଦାନ ପରେ ରାଜ୍ୟରେ ବିଜେଡି ସରକାର ଗଠନ ନିଶ୍ଚିତ

ଶଙ୍ଖଭବନରେ ବିଜେଡିର ପ୍ରେସମିଟ।

ବଡ ପରାଜୟ ଆଡକୁ ଗତି କରୁଛି ଓଡିଶା ବିଜେପି

ଭୁବନେଶ୍ୱର, ୨୫/୦୫/୨୦୨୪: ତୃତୀୟ ପର୍ଯ୍ୟାୟ ମତଦାନ ପରେ ରାଜ୍ୟରେ ବିଜେଡି ସରକାର ହେଉଥିବାବେଳେ ଓଡିଶା ବିଜେପି ବଡ଼ ଧରଣର ପରାଜୟ ଆଡ଼କୁ ଗତି କରୁଥିବା କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ ପାତ୍ର । ଡକ୍ଟର ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହେବାକୁ ଯାଉଛି । ତୃତୀୟ ପର୍ଯ୍ୟାୟ ଶେଷରେ ଆମେ ଆପଣମାନଙ୍କ ଆଗରେ ବିନମ୍ରତାର ସହ କହିବାକୁ ଚାହୁଁଛୁ ଯେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜୁ ଜନତା ଦଳ ଓଡ଼ିଶାରେ ସରକାର ଗଠନ କରୁଛି । ସମ୍ୱଲପୁର, ପୁରୀ, ଭୁବନେଶ୍ୱର, କଟକ, କେନ୍ଦୁଝର ଓ ଢେଙ୍କାନାଳ ଆଦି ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀମାନଙ୍କୁ ଆଶୀର୍ବାଦ ଓ ବିଜେଡିକୁ ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଇବା ସହ ପ୍ରଥମ ଦୁଇ ପର୍ଯ୍ୟାୟର ସମସ୍ତ ଭୋଟର ଭାଇ ଭଉଣୀଙ୍କୁ ସେମାନଙ୍କ ସମର୍ଥନ ଓ ଆଶୀର୍ବାଦ ପାଇଁ ମଧ୍ୟ ଧନ୍ୟବାଦ ଜଣାଉଛୁ । ତୃତୀୟ ପର୍ଯ୍ୟାୟ ପରେ ବିଜେଡି ସରକାର ଗଢ଼ିବା ନିଶ୍ଚିତ ହୋଇଥିବାବେଳେ ଓଡ଼ିଶା ବିଜେପି ବଡ଼ ଧରଣର ପରାଜୟ ଆଡ଼କୁ ଗତି କରୁଛି ବୋଲି ଡ. ପାତ୍ର କହିଛନ୍ତି ।