ଭୁବନେଶ୍ୱର,୨୭/୦୫: ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ଦେଖାଦେଇଛି ବୋମା ଆତଙ୍କ। ବରମୁଣ୍ଡାରେ ଏକ ସ୍କର୍ପିଓ ଉପରକୁ ବୋମା ମାଡ଼ ହୋଇଛି। ଏକ ବାଇକରେ ୪ ଜଣ ଦୁର୍ବୃତ୍ତ ବୋମା ମାଡ଼ କରି ଫେରାର ହୋଇଥିବା ଅଭିଯୋଗ ହୋଇଛି। ବୋମା ମାଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ସ୍କର୍ପିଓଟି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ମମତା ସାମନ୍ତସିଂହାରଙ୍କର ବୋଲି ଜଣାପଡ଼ିଛି। ଏ ନେଇ ଗାଡ଼ି ମାଲିକ ଖଣ୍ଡଗିରି ଥାନାରେ ଏତଲା ଦାୟର କରିଛନ୍ତି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଚଳାଇଛି। ଏହା ନିର୍ବାଚନୀ ହିଂସା ନା ଗୋଷ୍ଠୀ ସଂଘର୍ଷ ସେ ନେଇ ପୁଲିସ ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ଆଇଆଇସି ଉପସ୍ଥିତ ଅଛନ୍ତି। ଏହି ବୋମା ବିସ୍ଫୋରଣରେ ଜଣେ ଆହତ ହୋଇଥିବା ସଦ୍ୟତମ ରିପୋର୍ଟରୁ ଜଣାପଡ଼ିଛି।
Prev Post
Next Post