ଲାଞ୍ଚ ନେଇ ଫସିଲେ ପିଇଓ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ।

ଗିରଫ କଲା ଭିଜିଲାନ୍ସ

କଳାହାଣ୍ଡି, ୨୭/୦୫: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ। କଳାହାଣ୍ଡି ଜିଲ୍ଲା ରାମପୁର ବ୍ଲକ ଅନ୍ତର୍ଗତ କଣିଗୁମା ଗ୍ରାମପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) ସନ୍ୟାସୀ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଭବାନୀପାଟଣା ଟାଉନଠାରେ ମନରେଗା ସମ୍ପର୍କିତ କାଗଜପତ୍ର କାମ ପାଇଁ ଜଣଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧରିଥିଲା। ସନ୍ୟାସୀଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଦୃଷ୍ଟିକୋଣରୁ ସନ୍ୟାସୀଙ୍କ ସହ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।