ଆସନ୍ତାକାଲିଠୁ ବଢିବ ଦିନ ତାପମାତ୍ରା

ରାଜ୍ୟରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଇଏମଡି ଆକଳନ କରିଛି।

୩୧ ଯାଏଁ ପାଗ ଅପରିବର୍ତ୍ତିତ

ଭୁବନେଶ୍ବର, ୨୭/୦୫: ଆସନ୍ତାକାଲିଠୁ ରାଜ୍ୟରେ ବଢିବ ଦିନର ତାପମାତ୍ରା। ମଙ୍ଗଳବାରଠାରୁ ସାରା ଓଡ଼ିଶାରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ବାତ୍ୟା ‘ରେମାଲ’ର ପ୍ରଭାବ ଓଡିଶା ଉପରେ ବିଶେଷ ପଡିନଥିବା ବେଳେ ରାଜ୍ୟରେ ଏବେ ବର୍ଷା ହେବାର ମଧ୍ୟ ବେଶୀ ସମ୍ଭାବନା ନାହିଁ। ଆସନ୍ତା ସପ୍ତାହ ଆଡକୁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପାଗ ଅପରିବର୍ତ୍ତିତ ରହିବ ବୋଲି ଆଇଏମଡି ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।