ଶୀର୍ଷରେ ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ସଫଳତା

ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ୮୫ ପ୍ରତିଶତ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

୧୦୦ ପ୍ରତିଶତ ପିଲା ପାସ୍

ଭୁବନେଶ୍ବର, ୨୭/୦୫: ଭୁବନେଶ୍ବର ସ୍ଥିତ ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡି ହୋଇଛି। ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ସୃଷ୍ଟି କରିଛି ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟ। ସୁଦୀର୍ଘ ୧୫ ବର୍ଷର ଶତକଡ଼ା ୧୦୦ ଭାଗ ପାସହାର ସଫଳତା ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବାର୍ଷିକ ଫଳ ପ୍ରକାଶ ପାଇବା ପରେ ହାଇଟେକ୍ ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟର ଅଭିଭାବକଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି। ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଶତକଡ଼ା ଶହେ ଭାଗ ବିଦ୍ୟାର୍ଥୀ ପାସ୍ କରିଥିବା ବେଳେ ଶତକଡ଼ା ୮୫ ଭାଗ ପ୍ରଥମ ଶ୍ରେଣୀରେ ଓ ଶତକଡ଼ା ୧୫ ଭାଗ ଦ୍ୱିତୀୟ ଶ୍ରେଣୀରେ କୃତିତ୍ୱ ଅର୍ଜନ କରିଥିବା ବେଳେ ତୃତୀୟ ଶ୍ରେଣୀରେ କୌଣସି ଗୋଟିଏ ବିଦ୍ୟାର୍ଥୀ ପାସ୍ କରି ନାହାନ୍ତି। ବିଶେଷକରି କୁହାଯାଇପାରେ ଯେ ମାଟ୍ରିକ ପରୀକ୍ଷାରେ ଯେଉଁ ବିଦ୍ୟାର୍ଥୀମାନେ ଯେତେ ମାର୍କ ରଖି ପାସ୍ କରିଥିଲେ, ତା’ଠାରୁ ଯଥେଷ୍ଟ ଆଗୁଆ ଚଳିତ ଯୁକ୍ତ ଦୁଇ ପରୀକ୍ଷାରେ କୃତିତ୍ବର ସହ ଅର୍ଜନ କରି ଅଧିକ ମାର୍କ ରଖିଛନ୍ତି। ବିଦ୍ୟାର୍ଥୀମାନଙ୍କର ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଚିତ୍ତରଞ୍ଜନ ସାହୁ କୃତୀ ଛାତ୍ରଛାତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିବା ବେଳେ ହାଇଟେକ୍ ଗ୍ରୁପର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ ତିରୁପତି ପାଣିଗ୍ରାହୀ ଏବଂ ନିର୍ଦ୍ଦେଶିକା ଅଙ୍କିତା ପାଣିଗ୍ରାହୀ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ବିଦ୍ୟାର୍ଥୀ ଓ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ସଠିକ୍ ସମୟରେ ସାହାଯ୍ୟ ଓ ସହଯୋଗର ହାତ ବଢାଇ ଦେଇଥିବାରୁ ଆଜି ହାଇଟେକ୍ ତା’ର ସ୍ୱର୍ଣ୍ଣିମ ଅଧ୍ୟାୟକୁ ଜାରି ରଖିଛି ବୋଲି ଜଣାଇଛନ୍ତି।