ସାଗୁଆନ କାଠ ଜବତ ସହିତ ଅଭିଯୁକ୍ତ ଗିରଫ

ନୂଆପଡ଼ାର ପାଗରପାଣି ଗାଁରେ ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ କରାଯାଇଛି।

ନୂଆପଡ଼ା ବନ ବିଭାଗର ଚଢ଼ାଉ

ନୂଆପଡା, ୨୯/୦୫: ନୂଆପଡ଼ା ଓ ଖଡ଼ିଆଳ ବନବିଭାଗର ବାରମ୍ବାର ଚଢ଼ାଉ ଫଳରେ କେବେ ବାଘ ଛାଲ ଜବତ ତ କେବେ ମୂଲ୍ୟବାନ କାଠ ଜବତ ସାଙ୍ଗକୁ ଅଭିଯୁକ୍ତକୁ ଗିରଫ କରାଯାଉଛି ତାର ଆଉ ଏକ ଉଦାହରଣ ଆଜି ମିଳିଛି । ନୂଆପଡା ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ସଦର ବ୍ଲକ ପାଗରପାଣି ଗାଁରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ସାଗୁଆନ କାଠ ଜବତ କରିବାସହିତ ଦୁଇ କାଠ ବ୍ୟବସାୟୀଙ୍କୁ ଗିରଫ କରିଥିବା ସୂଚନା ରହିଛି | ତେବେ ଗିରଫ ଦୁଇ ଅନ୍ନ୍ତଃରାଜ୍ୟ ବ୍ୟବସାୟୀ ସଦର ବ୍ଲକ ପାଗରପାଣି ଗାଁର ନୃତ ତାଣ୍ଡି ( ବୟସ ୬୫) ଓ କୃତ ତାଣ୍ଡି (ବୟସ ୬୨) ବୋଲି ନୂଆପଡା ରେଞ୍ଜର ସୁନୀଲ କୁମାର ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ନୂଆପଡା ବନ ବିଭାଗର ସ୍ୱତନ୍ତ୍ର ଟିମରେ ସଦର ବନପାଳ ଖଗେଶ୍ୱର ମାଝୀ, ଟିକେଦେଇ ଶବର, ହିମାଦ୍ରୀ ସରାଫ ଏବଂ ଵନରକ୍ଷୀ ପରମାନନ୍ଦ ତାଣ୍ଡି, ଘନଶ୍ୟାମ ଶବର, ସସ୍ମିତା ବାଗ, ଧନଞ୍ଜୟ ନିଆଲ, ସଚ୍ଚିଦାନନ୍ଦ ସାହୁ, ସୁଚିସ୍ମିତା ମୁଣ୍ଡ ପ୍ରମୁଖ ଉପସ୍ଥିତ ରହି ଚଢ଼ାଉ କରିଥିଲେ ଓ ସଫଳ ହୋଇଥିଲେ ଶାଗୁଆନ କାଠ ଓ ଅଭିଯୁକ୍ତକୁ ଧରିବାରେ ।