କନ୍ୟାକୁମାରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ବିବେକାନନ୍ଦ ରକରେ ମୋଦି ଧ୍ୟାନ କରିବେ।

ଆଜିଠୁ ଧ୍ୟାନରେ ବସିବେ ମୋଦି

ନୂଆଦିଲ୍ଲୀ,୩୦/୦୫: ଲୋକସଭା ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ତାମିଲନାଡୁର କନ୍ୟାକୁମାରୀସ୍ଥିତ ଭଗବତୀ ଅମ୍ମାନ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସ୍ୱାମୀ ବିବେକାନନ୍ଦ ଯେଉଁ ସ୍ଥାନରେ ଧ୍ୟାନ କରିଥିଲେ ସେହି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀ ଧ୍ୟାନ କରିବେ, ଯାହାକି ବିବେକାନନ୍ଦ ରକ୍ ନାମରେ ପରିଚିତ। ମେ ୩୦ ସନ୍ଧ୍ୟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନରେ ବସିବେ ମୋଦି।

ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାର ଶେଷରେ ଆଧ୍ୟାତ୍ମିକ ଯାତ୍ରା କରିବା ପାଇଁ ଜଣାଶୁଣା। ଏହି କ୍ରମରେ ସେ ମେ ୩୦ରେ କନ୍ୟାକୁମାରୀରେ ଯାଇ ପହଞ୍ଚିଛନ୍ତି ଏବଂ ଜୁନ୍ ୧ ପର୍ଯ୍ୟନ୍ତ ସେଠାରେ ରହିବେ। ସୂଚନାଯୋଗ୍ୟ, ପୂର୍ବ ନିର୍ବାଚନରେ ମଧ୍ୟ ମୋଦି ଆଧ୍ୟାତ୍ମିକ ଯାତ୍ରା କରିଥିଲେ। ୨୦୧୯ରେ ମୋଦି କେଦାରନାଥ ଓ ୨୦୧୪ରେ ଶିବାଜୀଙ୍କ ପ୍ରତାପଗଡ଼ ଗସ୍ତ କରିଥିଲେ।