ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ଉପରେ ଆକ୍ରମଣ

ବିଜେପି ଯୁବମୋର୍ଚ୍ଚା ସଭାପତି ଓ ୨୦ ଜଣ ବିଜେପି କର୍ମୀଙ୍କ ଉପରକୁ ଆକ୍ରମଣ କରିଛନ୍ତି ବିଜେଡି କର୍ମୀ।

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି କର୍ମୀଙ୍କ ଧାରଣା

ଭଦ୍ରକ, ୩୦/୦୫: ଭଦ୍ରକ ଜିଲ୍ଲା ବାଂଶଦା ପିଏସ୍ ଥାନା ଅନ୍ତର୍ଗତ ଖପୁରିଆ ଛକ, କରଞ୍ଜମାଳ ଜିପି ନିକଟରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ କରିଛନ୍ତି ବିଜୁ ଜନତା ଦଳର ଶତାଧିକ କର୍ମୀ। ଏହା ସହ ଅନ୍ୟ ୨୦ ଜଣ ସ୍ଥାନୀୟ ବିଜେପି ଯୁବ ନେତାଙ୍କୁ ମଧ୍ୟ ନିର୍ମମ ଭାବେ ଆକ୍ରମଣ କରିଛନ୍ତି ବିଜେଡି କର୍ମୀ। ଏବେ ସମସ୍ତ ଆହତଙ୍କୁ ଭଦ୍ରକ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଅଭିଯୁକ୍ତମାନେ ହେଲେ କରଞ୍ଜମାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ରମେଶ ନାୟକ, ଦିଲୁ ନାୟକ, ମଣ୍ଟୁ ନାୟକ, ମାନା ମହାନ୍ତି (ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ), ସୁଦର୍ଶନ ମଲ୍ଲିକ (ସ୍ଥାନୀୟ ଠିକାଦାର), ଦୁଲିଆ ମଲ୍ଲିକ, ନିତ୍ୟାନନ୍ଦ ମଲ୍ଲିକ, ଲୁଲୁ ମଲ୍ଲିକ, ଧୁସା ଘଡେଇ, ଧୁସା ମଣ୍ଡଳ (ୱାର୍ଡ ସଭ୍ୟ, କରଞ୍ଜମାଲ ଗ୍ରାମ ପଞ୍ଚାୟତ), ସାନକୁରୁ ମାଝୀ (ୱାର୍ଡ ସଭ୍ୟ), ଅକ୍ଷୟ ନାୟକ, ରମେଶ ଚନ୍ଦ୍ର ବେହେରା, ବାବାଜୀ ବାରିକ ଓ ଅନ୍ୟ ୮୦ ଜଣ ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଭଦ୍ରକ-ଧାମରା ରୋଡରେ ୨୦୦ରୁ ଅଧିକ ବିଜେପି କର୍ମୀ ଧାରଣାରେ ବସିଛନ୍ତି।