ସିଇଓଙ୍କ ନିକଟରେ ବିଜେଡିର ଫେରାଦ

ବିଜେପି ବିଧାୟକ ପ୍ରାର୍ଥୀଙ୍କ ବିରୋଧରେ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି।

ବିଜେପି ପ୍ରାର୍ଥୀ ଟଙ୍କା ଓ ମଦ ବାଣ୍ଟୁଥିବା ଅଭିଯୋଗ

ଭୁବନେଶ୍ବର, ୩୧/୦୫: ବସ୍ତା ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ରବୀନ୍ଦ୍ରନାଥ ଅଣ୍ଡିଆଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜୁ ଜନତା ଦଳ। ବସ୍ତା ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ସମୟରେ ରବୀନ୍ଦ୍ର ନାଥ ଅଣ୍ଡିଆ ଆଦର୍ଶ ଆଚରଣବିଧି ଉଲଂଘନ କରିଥିବା ବିଜେଡି ଅଭିଯୋଗ କରିଛି। ପ୍ରଚାର ସମୟରେ ବିଜେପି ବିଧାୟକ ପ୍ରାର୍ଥୀ ଭୋଟ ହାତେଇବା ପାଇଁ ଜନସାଧାରଣଙ୍କୁ ଟଙ୍କା ଓ ମଦ ବଣ୍ଟନ କରୁଥିବା ବିଜେଡି କହିଛି।

ଏହି ଘଟଣା କେବଳ ନିରପେକ୍ଷ ଏବଂ ଗଣତାନ୍ତ୍ରିକ ନିର୍ବାଚନର ନୀତିକୁ ଖୋଲା ଅବମାନନା ନୁହେଁ ବରଂ ଆଦର୍ଶ ଆଚରଣବିଧିରେ ଦର୍ଶାଯାଇଥିବା ନିୟମର ସ୍ପଷ୍ଟ ଉଲ୍ଲଂଘନ ଅଟେ। ଏହିପରି କାର୍ଯ୍ୟ ନିର୍ବାଚନ ପ୍ରକ୍ରିୟାର ଅଖଣ୍ଡତାକୁ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନସାଧାରଣଙ୍କ ବିଶ୍ୱାସକୁ କ୍ଷୁର୍ଣ୍ଣ କରିଥାଏ ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛି ବିଜେଡ଼ି। ଏ ନେଇ ଉକ୍ତ ବିଜେପି ବିଧାୟକ ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି।