ବିଜେଡିରୁ ବହିଷ୍କୃତ ହେଲେ ସରୋଜିନୀ

ବିଜେଡିରୁ ବହିଷ୍କୃତ ହେଲେ ଯାଜପୁରର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀମତୀ ସରୋଜିନୀ ରାଜ।

ଦଳବିରୋଧୀ କାର୍ଯ୍ୟରେ ଲିପ୍ତ

ଭୁବନେଶ୍ବର, ୩୧/୦୫: ଯାଜପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଶ୍ରୀମତୀ ସରୋଜିନୀ ରାଜଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବାରୁ ସରୋଜିନୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ଏ ନେଇ ବିଜେଡି ପକ୍ଷରୁ ସ୍ୱତନ୍ତ୍ର ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି।