ମାଷ୍ଟରକ୍ୟାଣ୍ଟିନରୁ ବହି କିଣିଲେ ନବୀନ

ମାଷ୍ଟରକ୍ୟାଣ୍ଟିନର ମଡର୍ଣ୍ଣ ବୁକଷ୍ଟୋରରୁ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେଲ୍ଫି ନେଲେ, ଅଭିବାଦନ ଜଣାଇଲେ

ଭୁବନେଶ୍ବର, ୩୧/୦୫: ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନର ମଡର୍ଣ୍ଣ ବୁକଷ୍ଟୋରରୁ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମାଷ୍ଟରକ୍ୟାଣ୍ଟିନ ଯାଇ ପ୍ରଥମେ ଉପସ୍ଥିତ ଜନତାଙ୍କୁ ଅଭିବାଦନ ଜଣାଇଥିଲେ। ପରେ ମଡର୍ଣ୍ଣ ବୁକଷ୍ଟୋର ଯାଇ ‘ସିକ୍ରେଟ ଅଫ୍ ଶିମିଳିପାଳ’ ଓ ‘ଆର୍ୟନ୍ସ’ ନାମକ ଦୁଇଟି ଇଂରାଜୀ ପୁସ୍ତକ କିଣିଥିଲେ। ଲେଖାଲେଖି ଓ ବହି ପଢିବାରେ ରୁଚି ରଖୁଥିବା ମୁଖ୍ୟମନ୍ତ୍ରୀ ବୁକ୍ ଷ୍ଟୋର ଆସି ବହି କିଣିବା ଦେଖା ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ। ନିର୍ବାଚନ ପ୍ରଚାର ପରେ ରିଲାକ୍ସ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଆସି ବହି କିଣିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।