ଅପରାହ୍ନ ୩ଟା ସୁଦ୍ଧା ଓଡ଼ିଶାରେ ୪୯.୭୭% ମତଦାନ

ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଅପରାହ୍ନ ୩ଟା ସୁଦ୍ଧା ଓଡ଼ିଶାରେ ମତଦାନ ହାର ୪୯.୭୭% ରହିଛି।

ବାଲେଶ୍ୱରରେ ସର୍ବାଧିକ, ଭଦ୍ରକରେ ସର୍ବନିମ୍ନ ମତଦାନ

ଭୁବନେଶ୍ୱର,୦୧/୦୬: ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଅପରାହ୍ନ ୩ଟା ସୁଦ୍ଧା ଓଡ଼ିଶାରେ ମତଦାନ ହାର ୪୯.୭୭% ରହିଛି। ବାଲେଶ୍ୱର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ମତଦାନ ୫୪.୦୪ ପ୍ରତିଶତ ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ମତଦାନ ୪୬.୩୩ ପ୍ରତିଶତ ରେକର୍ଡ ରହିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ସର୍ବାଧିକ ଭୋଟର ରହିଛନ୍ତି। ସମୁଦାୟ ୯୯ ଲକ୍ଷ ୬୧ ହଜାର ଭୋଟରଙ୍କ ମଧ୍ୟରୁ ୫୫ ଲକ୍ଷ ୮୮ ହଜାର ପୁରୁଷ ଓ ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର ରହିଛନ୍ତି। ନିର୍ବାଚନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୭୦ ହଜାର ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ୬୬ ଜଣ ସାଂସଦ ପ୍ରାର୍ଥୀ ଓ ୩୯୪ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି।