ଧାନରୁ ଉଠିଲେ ମୋଦି

ନିର୍ବାଚନ ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧ୍ୟାନରୁ ଉଠିଛନ୍ତି।

୪୫ ଘଣ୍ଟା ଧରି ଧ୍ୟାନରେ ବସିଥିଲେ

ନୂଆଦିଲ୍ଲୀ, ୦୧/୦୬: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବାକୁ ଆଉ କିଛି ଘଣ୍ଟା ବାକି ଥିବା ବେଳେ ଜୁନ୍ ୧ ତାରିଖ ଅପରାହ୍ନରେ ବିବେକାନନ୍ଦ ରକ୍ ସ୍ମାରକୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୪୫ ଘଣ୍ଟିଆ ଧ୍ୟାନ ଶେଷ କରିଛନ୍ତି।

ଏହି ଶିଳା ସ୍ମାରକୀହିନ୍ଦୁ ସ୍ୱାମୀ ବିବେକାନନ୍ଦଙ୍କ ନାମରେ ନାମିତ ହୋଇଛି। ବିବେକାନନ୍ଦ ଶିଳା ସ୍ମାରକୀ ଦକ୍ଷିଣ ଭାରତର କନ୍ୟାକୁମାରୀରେ ଅବସ୍ଥିତ। ଏହା ଆରବ ସାଗର, ବଙ୍ଗୋପସାଗର ଏବଂ ଭାରତ ମହାସାଗରର ମିଳନ ସ୍ଥଳ।

ମୋଦି ଲଗାତାର ଭାବେ ନିର୍ବାଚନ ପାଇଁ ପ୍ରଚାର କରିବା ସହ ସରକାରୀ କାର୍ଯ୍ୟ ମଧ୍ୟ କରୁଥିଲେ। ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପରେ ସମ୍ପୂର୍ଣ୍ଣ କାର୍ଯ୍ୟରୁ ବିରତ ନେବା ପାଇଁ ୪୫ ଘଣ୍ଟା ଧରି ଧ୍ୟାନରେ ବସିଥିଲେ। ଧ୍ୟାନରେ ବସିଥିବା ବେଳେ ମୋଦି ତରଳ ଖାଦ୍ୟ ଖାଉଥିଲେ ଯେଉଁଥିରେ ଅଙ୍ଗୁର ରସ ଏବଂ ନଡ଼ିଆ ପାଣି ସାମିଲ ଥିଲା।