ଓଡ଼ିଶାରେ ଆସିବ ନବୀନ ସରକାର

ଓଡ଼ିଶାରେ ପୁଣି ଥରେ ବିଜେଡ଼ି ସରକାର ଗଠନ କରିବ ବୋଲି ସ୍ୱୟଂ ପ୍ରକାଶ ମହାପାତ୍ର ଏବଂ ସସ୍ମିତା ପାତ୍ର କହିଛନ୍ତି।

ଏକଜିଟ୍ ପୋଲ୍ ହେବନି ଏକଜାଟ୍ ପୋଲ୍!

ଭୁବନେଶ୍ବର, ୦୨/୦୬: ଓଡ଼ିଶାରେ ପୁଣି ଥରେ ଗଠନ ହେବ ନବୀନ ସରକାର। ଏଭଳି କିଛି ଦୃଢୋକ୍ତି ପ୍ରକାଶ କରୁଛନ୍ତି ବିଜେଡ଼ି ନେତା। ଗତ କାଲି ନିର୍ବାଚନ ସରିବା ପରେ ଜାତୀୟ ଗଣମାଧ୍ୟମର ଏକ୍ଜିଟ ପୋଲ ଅନୁସାରେ ବିଜେପିକୁ ୧୫ରୁ ୧୮ ଟି ଆସନ ମିଳିବ ଏବଂ ବିଜେଡିକୁ ୭-୩ ଟି ଆସନ ମିଳିବ ବୋଲି ଘୋଷଣା ହେବା ପରେ ରାଜ୍ୟ ରାଜନୀତିରେ ବିଜେପିକୁ ଆଶା ଓ ବିଜେଡିକୁ ନିରାଶା ଭିତରେ ରହିଥିବା ଦେଖିବାକୁ ମିଳିଥିଲା। ହେଲେ, ଏହି ଏକ୍ଜିଟ୍ ପୋଲକୁ ଭୁଲ ବୋଲି କହିଛନ୍ତି ବିଜେଡି ନେତା। ବିଜେଡି ନେତା ସ୍ୱୟଂ ପ୍ରକାଶ ମହାପାତ୍ର ଓଡିଶାରେ ନବୀନ ସରକାର ଗଠନ ହେବ ବୋଲି କହିଛନ୍ତି। ସ୍ୱୟଂ ପ୍ରକାଶ କହିଛନ୍ତି ୨୦୧୯ରେ ଜାତୀୟ ଗଣମାଧ୍ୟମ କରିଥିବା ଏକ୍ଜିଟ ପୋଲ୍ ଅନୁସାରେ ବିଜେପିକୁ ୧୯ରୁ ୧୫ ଆସନ ମିଳିବାକୁ ଥିବା ବେଳେ ବିଜେଡିକୁ ୬ରୁ ୨ଟି ଆସନ ଓ କଂଗ୍ରେସକୁ ୧ଟି ଆସନ ମିଳିବ ବୋଲି ଆକଳନ କରିଥିଲା। ହେଲେ, ଫଳାଫଳ ଘୋଷଣା ହେବା ପରେ ସମ୍ପୂର୍ଣ୍ଣ ଓଲଟା ହୋଇଥିଲା। ୨୦୨୪ରେ ମଧ୍ୟ ଏହାର ପୁନରାବୃତ୍ତି ହେବ ବୋଲି ସ୍ୱୟଂ ପ୍ରକାଶ କହିଛନ୍ତି। ସେହିପରି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡ଼ ସସ୍ମିତ ପାତ୍ର କହିଛନ୍ତି ଯେ, ରାଜ୍ୟ ଗଣମାଧ୍ୟମର ଏକ୍ଜିଟ ପୋଲ ଏବଂ ଗ୍ରାଉଣ୍ଡ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ବିଜେଡି ୨୧ରୁ ୧୨ଟି ଲୋକସଭା ଆସନ ଏବଂ ୧୪୭ରୁ ୧୧୦ ବିଧାନସଭା ଆସନ ହାତେଇବାର ସମ୍ଭାବନା ରହିଛି। ଜାତୀୟ ଗଣମାଧ୍ୟମ କରିଥିବା ଏକ୍ଜିଟ ପୋଲ୍ ୨୦୧୪ ଏବଂ ୨୦୧୯ରେ ଭୁଲ ପ୍ରମାଣିତ ହୋଇଥିଲା ଏବେ ୨୦୨୪ରେ ବି ଭୁଲ ପ୍ରମାଣିତ ହେବ।