ପଦ୍ମମୟ ଅରୁଣାଚଳ

ପୁଣି ଥରେ କ୍ଷମତାକୁ ଆସିଲା ବିଜେପି ।

ଅରୁଣାଚଳ ପ୍ରଦେଶରେ ୩/୪ ରୁ ଅଧିକ ଆସନରେ ବିଜେପି ବିଜୟୀ

ଅରୁଣାଚଳ ପ୍ରଦେଶ, ୦୨/୦୬: ଅରୁଣାଚଳ ପ୍ରଦେଶରେ ପୁଣି କ୍ଷମତାକୁ ଆସିଲା ଭାରତୀୟ ଜନତା ପାର୍ଟି। ଏପ୍ରିଲ ୧୯ରେ ଅନୁଷ୍ଠିତ ହୋଇଥିବା ନିର୍ବାଚନର ଆଜି ଭୋଟ ଗଣତି ହୋଇଥିଲା। ବିଜେପି ଅରୁଣାଚଳ ପ୍ରଦେଶର ୬୦ଟି ବିଧାନସଭା ଆସନରୁ ୪୨ଟି ଆସନରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା କରିଛି। ସେହିପରି ବିନା ପ୍ରତିଦ୍ୱନ୍ଦ୍ୱିତାରେ ରାଜ୍ୟର ୬୦ଟି ଆସନରୁ ୧୦ଟିରେ ବିଜୟୀ ହୋଇଛି।

ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ଉପମୁଖ୍ୟମନ୍ତ୍ରୀ ଚୌନା ମେଁ ନିଜ ନିଜ ଆସନରେ ବିଜୟୀ ହୋଇସାରିଛନ୍ତି। ଜନତା ଦଳ (ୟୁନାଇଟେଡ୍) ୭ଟି, ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ୫ଟି, କଂଗ୍ରେସ ୪ଟି ଓ ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ (ପିପିଏ) ଗୋଟିଏ ଆସନ ଅକ୍ତିଆର କରିଛନ୍ତି।

ଅରୁଣାଚଳ ପ୍ରଦେଶର ୬୦ଟି ବିଧାନସଭା ଆସନ ଏବଂ ସିକିମର ୩୨ଟି ବିଧାନସଭା ଆସନ ପାଇଁ ମଧ୍ୟ ଏପ୍ରିଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅରୁଣାଚଳ ପ୍ରଦେଶରେ ୨୦୨୪ ବିଧାନସଭା ନିର୍ବାଚନରେ ୮୨.୯୫ ପ୍ରତିଶତ ମତଦାନ ହୋଇଥିଲା।

ବହୁମାତ୍ରାରେ ବିଜୟ ହାସଲ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିକୁ ସରକାର ଗଠନ ପାଇଁ ସୁଯୋଗ ଦେଇଥିବାରୁ ଅରୁଣାଚଳ ପ୍ରଦେଶର ସାଧାରଣ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।