କାଉଣ୍ଟିଙ୍ଗ ସେଣ୍ଟରର ସୁରକ୍ଷା ପାଇଁ ମୁତୟନ ହେବେ ୭୦ କମ୍ପାନୀ ସିଏପିଏଫ୍‌

ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଏବଂ ପ୍ରତ୍ଯେକ କାଉଣ୍ଟିଙ୍ଗ୍‌ ସେଣ୍ଟରର ସୁରକ୍ଷା ପାଇଁ ଆହୁରି ୭୦ କମ୍ପାନୀ ସିଏପିଏଫ୍‌ ଯବାନ ମୁତୟନ ହେବେ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା

ଭୁବନେଶ୍ବର, ୦୨/୦୬: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସୁରକ୍ଷା ପାଇଁ ଏଇଥର ଓଡ଼ିଶାରେ ରେକର୍ଡ ସଂଖ୍ୟକ ସିଏପିଏଫ୍‌ କମ୍ପାନୀ (୧୮୫) ମୁତୟନ ହୋଇଥିଲେ । ରାଜ୍ୟରେ ଚାରି ପର୍ଯ୍ୟାୟ ମତଦାନ ହୋଇସାରିବା ପରେ ଏହା ମଧ୍ୟରୁ କେବଳ ୨୫ କମ୍ପାନୀ ସିଏପିଏଫ୍‌ ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌, କାଉଣ୍ଟିଙ୍ଗ୍‌ ସେଣ୍ଟରରେ ମୁତୟନ ହୋଇ ରହିବା ପାଇଁ ନିଷ୍ପତ୍ତି ହୋଇଥିଲା । ମାତ୍ର ଏବେ ଓଡ଼ିଶାରେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଏବଂ ପ୍ରତ୍ଯେକ କାଉଣ୍ଟିଙ୍ଗ୍‌ ସେଣ୍ଟରର ସୁରକ୍ଷା ପାଇଁ ଆହୁରି ୭୦ କମ୍ପାନୀ ସିଏପିଏଫ୍‌ ୦୬/୦୬/୨୦୨୪ ପର୍ଯ୍ୟନ୍ତ ମୁତୟନ ରହିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚିତ କରିଛନ୍ତି ।