ବ୍ରିଟେନରୁ ୧୦୦ ଟନ୍ ସୁନା ଆଣିଲା ଭାରତ

ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ରିଟେନରୁ ୧୦୦ ଟନ୍ ସୁନା ଭାରତକୁ ଫେରାଇ ଆଣିଛି।

ଆହୁରି ୧୦୦ ଟନ୍ ଆଣିବା ପାଇଁ ଯୋଜନା

ନୂଆଦିଲ୍ଲୀ, ୦୨/୦୬: ଭାରତୀୟ ରିଜର୍ଭ ବ୍ୟାଙ୍କ ବ୍ରିଟେନରୁ ୧୦୦ ଟନ୍ ସୁନା ଭାରତକୁ ଫେରାଇ ଆଣିଛି। ରିଜର୍ଭ ବ୍ୟାଙ୍କର ଅର୍ଥନୈତିକ ନୀତିରେ ଏହା ଏକ ବଡ଼ ପରିବର୍ତ୍ତନ। ଏହି ପରିବର୍ତ୍ତନ ଭାରତର ଅର୍ଥନୈତିକ ସାର୍ବଭୌମତ୍ୱ ଏବଂ ବିଶ୍ୱ ବଜାର ଗତିଶୀଳତା ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବ । ଅଧିକାଂଶ ଦେଶ ସେମାନଙ୍କର ସୁନାକୁ ବ୍ୟାଙ୍କ ଅଫ୍ ଇଂଲଣ୍ଡ କିମ୍ବା ଅନ୍ୟାନ୍ୟ ସ୍ଥାନର ଗଚ୍ଛିତ ରଖନ୍ତି ଏବଂ ସୁବିଧା ପାଇଁ ଶୁଳ୍କ ଦିଅନ୍ତି ।

ବର୍ତମାନ ଭାରତ ପାଖରେ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ଭଣ୍ଡାର ରହିଛି। ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ରିଜର୍ଭ ବ୍ୟାଙ୍କ ପାଖରେ ମୋଟ ସୁନା ପରିମାଣ ୮୨୨.୧୦ ମେଟ୍ରିକ୍ ଟନ୍ ଥିବା ବେଳେ ଭାରତ ପାଖରେ ୪୦୮.୩ ଟନ୍ ସୁନା ଜମା ଅଛି ଏବଂ ୪୧୩.୮ ଟନ୍ ସୁନା ବିଦେଶରେ ଗଚ୍ଛିତ ଅଛି। ଯାହାକୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଯୋଜନା କରିଛି ଭାରତ। ବର୍ତ୍ତମାନ ୧୦୦ ଟନ୍ ସୁନା ଭାରତ ଆଣିଥିବା ବେଳେ ଭବିଷ୍ୟତରେ ଆହୁରି ୧୦୦ ଟନ୍ ସୁନା ଆଣିବା ପାଇଁ ଯୋଜନା କରିଛି।