ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ଉପରେ ଆକ୍ରମଣ ଘଟଣା

ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଶଶିକାଦେଇପୁର ନିକଟରେ କିଛି ବିଜେଡ଼ି କର୍ମୀ ଆକ୍ରମଣ କରିଥିଲେ।

ବନ୍ଧା ହେଲେ ୧୦ ଜଣ

ଭଦ୍ରକ, ୦୩/୦୬: ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଏଯାଏଁ ଗିରଫ ହେଲେଣି ୧୦ ଜଣ। ପୂର୍ବରୁ ୫ ଜଣ ଗିରଫ ହୋଇଥିବା ବେଳେ ଆଜି ଆଉ ୫ ଜଣଙ୍କୁ ଗିରଫ କରିଛି ଭଦ୍ରକ ଜିଲ୍ଲା ବାଂଶଡା ପୋଲିସ। ଗତ ସପ୍ତାହରେ ନିର୍ବାଚନ ପ୍ରଚାର ସାରି ଭଦ୍ରକରୁ ଫେରୁଥିବା ବେଳେ ଶଶିକାଦେଇପୁର ନିକଟରେ ଅଭିଳାଷ ପଣ୍ଡା ଓ ଅନ୍ୟାନ୍ୟ ବିଜେପି କର୍ମୀଙ୍କୁ ଆକ୍ରମଣ କରିବା ସହ ତାଙ୍କ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ବିଜେଡି କର୍ମୀ। ଏହି ଘଟଣା ପରେ ଯଦି ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହୁଏ ତାହାଲେ ରାଜ୍ୟ ବିଜେପି ପକ୍ଷରୁ ଡିଜି ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।