ପୁଲୱାମାରେ ଯବାନଙ୍କ ସହ ୨ ଲସ୍କର ଆତଙ୍କବାଦୀଙ୍କ ଗୁଳି ବିନିମୟ

ଜମ୍ମୁ-କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଆଜି ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଛି।

ଆତଙ୍କବାଦୀ ଲୁଚିଥିବା ଘରେ ଲାଗିଛି ନିଆଁ

ନୂଆଦିଲ୍ଲୀ, ୦୩/୦୬: ଜମ୍ମୁ-କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ସୁରକ୍ଷାବାହିନୀ ସହ ଗୁଳି ବିନିମୟ ବେଳେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବାର ଦୁଇ ଜଣ ଶୀର୍ଷ କମାଣ୍ଡର ଘେରାବନ୍ଦୀରେ ଅଛନ୍ତି।

ପୁଲୱାମାର ନିହାମ ଅଞ୍ଚଳରେ ଏକ ଘର ଭିତରେ ଦୁଇ ଆତଙ୍କବାଦୀ ଲୁଚି ରହିଥିବା ନେଇ ସୁରକ୍ଷା ବାହିନୀକୁ ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଏକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ସୁରକ୍ଷାବାହିନୀ ଓ ପୁଲିସ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିବା ପରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇବାରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀଙ୍କ ଦ୍ୱାରା ପାଲଟା ଗୁଳିଚାଳନା ବେଳେ ଉଭୟ ଆତଙ୍କବାଦୀ ଏକ ଘର ଭିତରକୁ ପଶି ଯାଇଥିଲେ। ଯେଉଁ ଘରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି ସେଠାରେ ନିଆଁ ଲାଗିଥିବାର ଦେଖା ଦେଇଥିଲା। ଆତଙ୍କବାଦୀ ରୟସ୍ ଅହମ୍ମଦ ଓ ରେୟାଜ୍ ଅହମ୍ମଦ ଡାର୍ ଉଭୟ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର ବାସିନ୍ଦା ବୋଲି ସୂଚନା ମିଳିଛି।