ଆସିଲା ଟାଇମ୍ସ ନାଓ ଓଡ଼ିଶା ବିଧାନସଭା ଏକ୍ଜିଟ୍ ପୋଲ୍ ରିପୋର୍ଟ

ଟାଇମ୍ସ ନାଓ ଏକ୍ଜିଟ୍ ପୋଲ୍ ରେ ଓଡ଼ିଶା ବିଧାନସଭାରେ ବିଜେଡିକୁ ୧୦୦-୧୧୫, ବିଜେପିକୁ ୩୦-୩୮ ଆସନ ମିଳିବ ବୋଲି ଆକଳନ କରାଯାଇଛି।

ବିଜେଡ଼ିକୁ ୧୦୦-୧୧୫ ସିଟ୍

ଭୁବନେଶ୍ବର, ୦୩/୦୬: ଓଡ଼ିଶା ରାଜନୀତିକୁ ନେଇ ଜାତୀୟ ସ୍ତରରେ ଚର୍ଚ୍ଚା ଜୋରସୋର। ଭିନ୍ନ ସଂସ୍ଥାଙ୍କର ଭିନ୍ନ ମତ। ଗତ କାଲି ଇଣ୍ଡିଆ ଟୁଡେ-ମାଇ ଇଣ୍ଡିଆ ଆକ୍ସିସ୍ ଆକଳନ କରିଥିଲା ଯେ, ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଓ ବିରୋଧୀ ବିଜେପି ମଧ୍ୟରେ ୬୨-୮୦ ସିଟକୁ ନେଇ କଡ଼ା ଟକ୍କର ହେବ। ସେହିଭଳି ପୂର୍ବରୁ ଜନ କି ବାତ୍ ର ଏକଜିଟ୍ ପୋଲ୍ ଆକଳନ କରିଥିଲା ଯେ, ବିଜେପିକୁ ୧୫ରୁ ୧୮ ଟି ଲୋକସଭା ଆସନ ଏବଂ ବିଜେଡିକୁ ୭-୩ ଟି ଲୋକସଭା ଆସନ ମିଳିବ। ବିଧାନସଭା ଆସନ ପାଇଁ ବିଜେଡିକୁ ୮୧ଟି ଓ ବିଜେପିକୁ ୫୮ଟି ଆସନ ମିଳିବ।

ସୋମବାର ଟାଇମ୍ସ ନାଓ ଏକ୍ଜିଟ୍ ପୋଲରେ ପୂର୍ବାନୁମାନ କରାଯାଇଛି ଯେ ଓଡିଶାରେ ବିଜେଡି ପୁଣି ଥରେ ବିଜୟ ହାସଲ କରିବ। ଟାଇମ୍ସ ନାଓ ଏକ୍ଜିଟ୍ ପୋଲ୍ ଅନୁଯାୟୀ ଓଡ଼ିଶା ବିଧାନସଭାରେ ବିଜେଡିକୁ ୧୦୦ରୁ ୧୧୫ଟି ଆସନ ମିଳିବାର ସମ୍ଭାବନା ରହିଛି। ଅପରପକ୍ଷରେ ବିଜେପିକୁ ୩୦ରୁ ୩୮ଟି ଆସନ ମିଳିପାରେ ଏବଂ କଂଗ୍ରେସକୁ ୪ରୁ ୭ଟି ଆସନ ମିଳିପାରେ ବୋଲି ଆକଳନ କରାଯାଇଛି। ସେହିଭଳି ୧ରୁ ୨ଟି ଆସନ ଅନ୍ୟ ରାଜନୈତିକ ଦଳକୁ ମିଳିପାରେ। ବିଜେଡିକୁ ୪୭ ପ୍ରତିଶତ ଭୋଟ୍, ବିଜେପିକୁ ୩୮ ପ୍ରତିଶତ, କଂଗ୍ରେସକୁ ୧୧ ପ୍ରତିଶତ ଭୋଟ୍ ଏବଂ ଅନ୍ୟମାନଙ୍କୁ ୫ ପ୍ରତିଶତ ଭୋଟ୍ ମିଳିପାରେ।