ସାଧାରଣ ଜନତାଙ୍କୁ ଧନ୍ୟବାଦ ଦେଲେ ମୋଦି

ସୋସିଆଲ ମିଡ଼ିଆରେ ଟ୍ୱିଟ କରି ସାଧାରଣ ଜନତା ଓ ଦଳୀୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

‘ଭାରତ ଇତିହାସରେ ଏହା ଐତିହାସିକ ବିଜୟ’

ନୂଆଦିଲ୍ଲୀ, ୦୪/୦୬: ଏନଡିଏର ବିପୁଳ ସଫଳତା ପରେ ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତର ଇତିହାସରେ ଐତିହାସିକ ସଫଳତା ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, “କ୍ରମାଗତ ତୃତୀୟ ଥର ପାଇଁ ଲୋକମାନେ ଏନଡିଏ ଉପରେ ଆସ୍ଥା ରଖିଛନ୍ତି। ଭାରତର ଇତିହାସରେ ଏହା ଏକ ଐତିହାସିକ ସଫଳତା। ଏହି ଆସ୍ଥା ପ୍ରକଟ କରିଥିବାରୁ ମୁଁ ଜନତା ଜନାର୍ଦ୍ଦନଙ୍କୁ ପ୍ରଣାମ କରୁଛି ଏବଂ ସେମାନଙ୍କୁ ଆଶ୍ୱାସନା ଦେଉଛି ଯେ ଲୋକଙ୍କ ଆକାଂକ୍ଷା ପୂରଣ କରିବା ପାଇଁ ଆମେ ଭଲ କାମ କରିବା ଜାରି ରଖିବୁ। ମୁଁ ଆମର ସମସ୍ତ କର୍ମକର୍ତ୍ତାଙ୍କୁ ସେମାନଙ୍କ କଠିନ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଉଛି।”