ଆରମ୍ଭ ହେଲା ମୋଦି ୩.୦

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଆଜି ଶପଥ ଗ୍ରହଣ କରିଛନ୍ତି।

ଐତିହାସିକ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

ନୂଆଦିଲ୍ଲୀ, ୦୯/୦୬: ଦେଶର ଐତିହାସିକ ଶପଥ ଗ୍ରହଣ ଉତ୍ସବ ମହାଆଡମ୍ବର ପୂର୍ଣ୍ଣ ସହକାରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଭବନ ପରିସରରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଭିନ୍ନ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଥିଲେ।

ଆଜିଠୁ ଦେଶରେ ଆରମ୍ଭ ହେଲା ମୋଦୀ ୩.୦। ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ୩୦ ଜଣ କ୍ୟାବିନେଟ୍ ମନ୍ତ୍ରୀ, ୫ ଜଣ ସ୍ୱାଧୀନ ଦାୟିତ୍ୱରେ ଥିବା ବେଳେ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।

ଏହି ମହାସମାରୋହରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମେତ ଭାରତର ପଡ଼ୋଶୀ ଦେଶର ବିଭିନ୍ନ ବିଶ୍ୱ ନେତାମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।