ଜାମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ

ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାମ୍ମୁ-କଶ୍ମୀର ଗସ୍ତରେ ଯିବେ।

ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ

ଜାମ୍ମୁ-କଶ୍ମୀର,୧୯/୦୬: ଜାମ୍ମୁ-କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ହାଦିପୋରା ଗ୍ରାମରେ ଆଜି ସୁରକ୍ଷାବାହିନୀର ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ଓ ପୁଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିବା ପରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।

ଆସନ୍ତା ଜୁନ୍ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରୀନଗର ଗସ୍ତ କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଆସନ୍ତା ଶୁକ୍ରବାର ଶ୍ରୀନଗରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିବେ। ଏହାରି ଭିତରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଗତ କିଛି ସପ୍ତାହ ମଧ୍ୟରେ ଜମ୍ମୁ-କଶ୍ମୀରରେ ଲଗାତାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଜୁନ୍ ୯ ତାରିଖରେ ମଧ୍ୟ ପୁଲୱାମାରେ ଯବାନଙ୍କ ସହ ଆତଙ୍କବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ସେହିପରି ଗତ କିଛି ଦିନ ତଳେ ବୈଷ୍ଣୋଦେବୀ ମନ୍ଦିର ଦର୍ଶନ କରିବାକୁ ଶ୍ରଦ୍ଧାଳୁ ମାନେ ଯାଉଥିବା ବସ୍ ଉପରକୁ ଆକ୍ରମଣ କରିଥିଲେ ଲସ୍କର-ଇ-ତୋଇବା ସଂଗଠନର ଆତଙ୍କବାଦୀ। ଏଥିରେ ଅନେକ ମୃତାହତ ହୋଇଥିବା ବେଳେ ଆହତ ମଧ୍ୟ ହୋଇଥିଲେ।