ଆଜି ଉଚ୍ଚସ୍ତରୀୟ ନିଟ୍ ପ୍ୟାନେଲ ବୈଠକ

୭ ଜଣିଆ ନିଟ୍ ପ୍ୟାନେଲ ବୈଠକ ଅନୁଷ୍ଠିତ ହେବ।

ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ବୈଠକ

ନୂଆଦିଲ୍ଲୀ, ୨୪/୦୬: ନିଟ୍ ପରୀକ୍ଷାକୁ ନେଇ ବିବାଦ ଉପୁଜିବା ପରେ ଆଜି ଏ କ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ପୂର୍ବାହ୍ନ ୧୨ଟାରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳିତ ପରୀକ୍ଷାର ସମୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ପ୍ୟାନେଲର ବୈଠକ ଅନୁଷ୍ଠିତ ହେବ। ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ ରାଧାକ୍ରିଷ୍ଣନଙ୍କ ନେତୃତ୍ୱରେ ଏହି ୭ ଜଣିଆ କମିଟି ଗଠନ କରାଯାଇଛି। ଏହି ୭ ଜଣିଆ କମିଟିରେ ରଣଦୀପ ଗୁଲେରିଆ, ପଙ୍କଜ ବଂଶଲ, ରାମମୂର୍ତ୍ତି କେ, ବିଜେ ରାଓ, ଗୋବିନ୍ଦ ଜୟସ୍ୱାଲ ଏବଂ ଆଦିତ୍ୟ ମିତ୍ତଲ ରହିଛନ୍ତି।

ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ଏହି ଉଚ୍ଚସ୍ତରୀୟ କମିଟି ପରୀକ୍ଷା ପ୍ରକ୍ରିୟାର ସମୀକ୍ଷା କରିବା ସହ ନିଟ୍ ପରିଚାଳନା ଉପରେ ଆଲୋଚନା କରାଯିବ। ଏହି କମିଟି ଏନଟିଏର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସଓପି) ଏବଂ ପ୍ରୋଟୋକଲଗୁଡିକର ବିସ୍ତୃତ ମୂଲ୍ୟାଙ୍କନ କରିବ, ଏହି ପ୍ରୋଟୋକଲଗୁଡିକରେ ଉନ୍ନତି ପାଇଁ ସୁପାରିସ କରିବ। ଏହାର ରିପୋର୍ଟ ଆସନ୍ତା ୨ ମାସ ମଧ୍ୟରେ ଶିକ୍ଷା ମନ୍ତ୍ରଣାଳୟକୁ ପ୍ରଦାନ କରିବ। ନିଟ୍ ପରୀକ୍ଷାରେ ଅନିୟମିତତାକୁ ନେଇ ସମାଲୋଚନାର ସମ୍ମୁଖୀନ ହେବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନଟିଏ ମହାନିର୍ଦ୍ଦେଶକ ସୁବୋଧ ସିଂହଙ୍କୁ ହଟାଇ ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ପ୍ରଦୀପ ସିଂହ ଖରୋଲାଙ୍କୁ ଦାୟିତ୍ୱ ଦିଆଯାଇଥିଲା।