ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ମନୋଜ

ବରିଷ୍ଠ ଆଇଏଏସ୍ ଅଫିସର ମନୋଜ ଆହୁଜା ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ସ୍ୱାଗତ କଲେ ପ୍ରଦୀପ

ଭୁବନେଶ୍ବର, ୩୦/୦୬: ବରିଷ୍ଠ ଆଇଏଏସ୍ ଅଫିସର ମନୋଜ ଆହୁଜା ଆଜି ଓଡ଼ିଶାର ନୂତନ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଦି ସକାଳେ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ। ବିଦାୟୀ ମୁଖ୍ୟ ଶାସନ ସଚିବ ଆଇଏଏସ୍ ଅଫିସର ପ୍ରଦୀପ ଜେନାଙ୍କ ଠାରୁ ଭୁବନେଶ୍ବର ଲୋକସେବା ଭବନରେ ଦାୟିତ୍ବ ଗ୍ରହଣ କରିଛନ୍ତି ଆଇଏଏସ୍ ଅଫିସର ମନୋଜ ଆହୁଜା। ଶ୍ରୀ ଆହୁଜାଙ୍କୁ ସ୍ୱାଗତ ଜଣାଇଛନ୍ତି ଶ୍ରୀ ଜେନା।

ପ୍ରଦୀପ ଜେନା ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଆଜି ଅପରାହ୍ନ ସାଢ଼େ ୩ଟାରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଛାଡିଛନ୍ତି ବୋଲି ଲେଖିଛନ୍ତି। ଓଡ଼ିଶା କ୍ୟାଡରକୁ ଫେରିବା ପୂର୍ବରୁ ଶ୍ରୀ ଆହୁଜା କେନ୍ଦ୍ରରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ସଚିବ ପଦରେ ରହିଥିଲେ। ସେହିଭଳି କାର୍ମିକ ପ୍ରଶିକ୍ଷଣ ଓ ସାଧାରଣ ପ୍ରଶାସନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦାୟିତ୍ୱ ନିର୍ବାହ କରିଥିଲେ। ଓଡ଼ିଶାରେ ଇସ୍ପାତ ଓ ଖଣି ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।