ଦେଶର ୩୦ତମ ସ୍ଥଳସେନାଧ୍ୟକ୍ଷ ହେଲେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

ଦେଶର ନୂଆ ସ୍ଥଳସେନା ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ।

ଅବସର ନେଲେ ମନୋଜ ପାଣ୍ଡେ

ନୂଆଦିଲ୍ଲୀ, ୩୦/୦୬: ଦେଶର ନୂଆ ସ୍ଥଳସେନା ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ୩୦ତମ ସ୍ଥଳସେନାଧ୍ୟକ୍ଷ ହେଲେ ଉପେନ୍ଦ୍ର ଦ୍ୱିବେଦୀ। ଆଜି ସ୍ଥଳସେନା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଜେନେରାଲ ମନୋଜ ପାଣ୍ଡେଙ୍କଠାରୁ ଦାୟିତ୍ୱ ଗ୍ରହଣ ନେଲେ।

ଜେନେରାଲ ମନୋଜ ପାଣ୍ଡେ ମେ ୩୧ ରେ ଅବସର ନେବାର ଥିଲା। କିନ୍ତୁ ନୂତନ ମୁଖ୍ୟ ଘୋଷଣାରେ ବିଳମ୍ବ ହେତୁ ତାଙ୍କୁ ଏକ ମାସର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଜୁନ୍ ୧୧ ତାରିଖ ବିଳମ୍ବିତ ରାତିରେ କେନ୍ଦ୍ର ସରକାର ଉପାଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ନିଯୁକ୍ତ କରିଥିଲେ।

ଉପେନ୍ଦ୍ର ଦ୍ୱିବେଦୀ ମଧ୍ୟପ୍ରଦେଶର ବାସିନ୍ଦା ଏବଂ ରେୱା ସୈନିକ ସ୍କୁଲରେ ଅଧ୍ୟୟନ କରିଛନ୍ତି। ଜାନୁଆରୀ ୧୯୮୧ରେ ସେ ଜାତୀୟ ପ୍ରତିରକ୍ଷା ଏକାଡେମୀରେ ଯୋଗ ଦେଇଥିଲେ ଏବଂ ୧୯୮୪ ଡିସେମ୍ବର ୧୫ରେ ଜମ୍ମୁ ଓ କଶ୍ମୀର ରାଇଫଲ୍ସର ୧୮ତମ ବାଟାଲିୟନରେ ନିଯୁକ୍ତ ହୋଇଥିଲେ, ଯାହା ପରେ ସେ କାଶ୍ମୀର ଏବଂ ରାଜସ୍ଥାନରେ କମାଣ୍ଡ କରିଥିଲେ। ସେ ମେଜର ଜେନେରାଲ ଭାବେ ଆସାମ ରାଇଫଲ୍ସର ଇନ୍ସପେକ୍ଟର ଜେନେରାଲ ଓ ବ୍ରିଗେଡିୟରି ଭାବେ ସେକ୍ଟର କମାଣ୍ଡର ଭାବେ କାର୍ଯ୍ୟ କରିଛନ୍ତି। ଆତଙ୍କବାଦ ବିରୋଧୀ ଅଭିଯାନ ଚଳାଇବା ତାଙ୍କ ପାଇଁ ଆହ୍ୱାନପୂର୍ଣ୍ଣ ଥିଲା।