ସଂସଦରେ ଭଲ ବ୍ୟବହାର କରିବାକୁ ସାଂସଦଙ୍କୁ ମୋଦିଙ୍କ ପରାମର୍ଶ

ଏନଡିଏ ସଂସଦୀୟ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ, ୦୨/୦୭: ସଂସଦରେ ଭଲ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ୍। ବିବାଦୀୟ ବୟାନବାଜିରୁ ଦୂରେଇ ରହିବା ପାଇଁ ଏନଡିଏ ସାଂସଦମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଜି ସଂସଦ ଭବନରେ ଏନଡିଏର ସଂସଦୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାର୍ଲିଆମେଣ୍ଟ ଲାଇବ୍ରେରୀ ବିଲ୍ଡିଂର ଜିଏମସି ବାଲଯୋଗୀ ଅଡିଟୋରିୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ନିକଟରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ କ୍ରମାଗତ ତୃତୀୟ ଥର ପାଇଁ କ୍ଷମତାକୁ ଆସିବା ପରେ ଏହା ପ୍ରଥମ ସଂସଦୀୟ ବୈଠକ।

ଏହି ବୈଠକରେ ଦେଶ ସେବା ପ୍ରଥମ ଦାୟିତ୍ୱ। ତେଣୁ ଦେଶ ସେବାକୁ ଗୁରୁତ୍ୱ ଦେବାକୁ ଏବଂ ପ୍ରତ୍ୟେକ ସାଂସଦ ନିଜ ନିର୍ବାଚନମଣ୍ଡଳୀର ପ୍ରମୁଖ ସମସ୍ୟା ଉପରେ ଗୃହରେ ଉପସ୍ଥାପନ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ଦଳୀୟ ସାଂସଦମାନଙ୍କୁ କହିଛନ୍ତି।

ପ୍ରତ୍ୟେକ ସାଂସଦ ନିଜ ପରିବାର ସହ ପ୍ରଧାନମନ୍ତ୍ରୀ ସଂସଦ ପରିଦର୍ଶନ କରିବା ଉଚିତ, ଯାହା ପଛରେ କୌଣସି ରାଜନୈତିକ ଏଜେଣ୍ଡା ନଥିଲା। ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କ ଅବଦାନ ବିଷୟରେ ସମଗ୍ର ଦେଶକୁ ଅବଗତ କରାଇବା, ଏହାର ପ୍ରଶଂସା କରିବା ଏବଂ ଏଥିରୁ ଶିଖିବା ପାଇଁ ଏହା ଏକ ପ୍ରୟାସ ବୋଲି ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ।