ବିଜେଡିର ୧୬ ଜଣିଆ ପ୍ୟାନେଲିଷ୍ଟ ନିଯୁକ୍ତ

ନିଯୁକ୍ତି ଦେଲେ ବିଜେଡ଼ି ସୁପ୍ରିମୋ

ଭୁବନେଶ୍ବର, ୨୨/୦୭: ବିଭିନ୍ନ ଗଣମାଧ୍ୟମରେ ଦଳର ଆଭିମୁଖ୍ୟ ରଖିବେ ବିଜେଡିର ସ୍ୱତନ୍ତ୍ର ପ୍ୟାନେଲିଷ୍ଟ। ଏ ନେଇ ୧୬ ଜଣିଆ ପ୍ୟାନେଲିଷ୍ଟଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ। ଏ ନେଇ ବରିଷ୍ଠ ରାଜ୍ୟ ମିଡିଆ ସଂଯୋଜକ ପ୍ରତାପ ଜେନାଙ୍କ ଦସ୍ତଖତରେ ସ୍ୱତନ୍ତ୍ର ବିଜ୍ଞପ୍ତି ପ୍ରକାଶ ପାଇଛି।