ପ୍ୟାରିସ୍ ଅଲିମ୍ପିକ୍ସ: ଏୟାର ପିସ୍ତଲରେ ଫାଇନାଲରେ ପ୍ରବେଶ କଲେ ମନୁ ଭାକର

ମହିଳା ୧୦ ମିଟର ଏୟାର ପିସ୍ତଲ ଫାଇନାଲରେ ପ୍ରବେଶ କଲେ ମନୁ ଭାକର।

ଯୋଗ୍ୟତା ପର୍ଯ୍ୟାୟରେ ଶୀର୍ଷରେ ଭେରୋନିକା ମେଜର

ପ୍ୟାରିସ, ୨୭/୦୭: ପ୍ୟାରିସ୍ ଅଲିମ୍ପିକ୍ସର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଶୁଟର ମନୁ ଭାକର। ସେ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ଯୋଗ୍ୟତା ପର୍ଯ୍ୟାୟ ପରେ ୫୮୦ ପଏଣ୍ଟ ସହ ୨୭ ଇନର ଓ ୧୦ ଶଟ୍ ମାରି ତୃତୀୟ ସ୍ଥାନରେ ରହିଛନ୍ତି।

ଯୋଗ୍ୟତା ପର୍ଯ୍ୟାୟରେ ହଙ୍ଗେରୀର ଭେରୋନିକା ମେଜର ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ଦକ୍ଷିଣ କୋରିଆର ଓହ ୟେ ଜିନ୍ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ବହୁ ପ୍ରତୀକ୍ଷିତ ଫାଇନାଲ ରାଉଣ୍ଡ ଜୁଲାଇ ୨୮ ତାରିଖ ରବିବାର ଅପରାହ୍ନ ସାଢ଼େ ୩ଟାରୁ ଆରମ୍ଭ ହେବ।