ପ୍ୟାରିସ୍ ଅଲିମ୍ପିକ୍ସ: ହକି ସେମିଫାଇନାଲରେ ଭାରତ

ହକି କ୍ୱାର୍ଟର ଫାଇନାଲରେ ଶାନଦାର ବିଜୟ ହାସଲ କରିଛି ଭାରତ।

୪-୨ରେ ହାରିଲା ଗ୍ରେଟ ବ୍ରିଟେନ

ନୂଆଦିଲ୍ଲୀ, ୦୪/୦୮: ପ୍ୟାରିସ୍ ଅଲିମ୍ପିକ୍ସରେ ରୋମାଞ୍ଚକର ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କଲା ଭାରତୀୟ ପୁରୁଷ ହକି ଦଳ। ରବିବାର ଗ୍ରେଟ୍ ବ୍ରିଟେନକୁ ୪-୨ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଭାରତ।

ଭାରତର ଅଧିନାୟକ ହରମନପ୍ରୀତ ସିଂହ ଓ ଗ୍ରେଟ୍ ବ୍ରିଟେନ୍ ଅଧିନାୟକ ଲି ମୋର୍ଟନ ଗୋଲ୍ ଦେବା ପରେ ସ୍କୋର ୧-୧ରେ ସମାନ ରହିଥିଲା। ତେବେ ଲଗାତାର ଭାବେ ଦ୍ୱିତୀୟ ଥର ସେମିଫାଇନାଲରେ ପ୍ରବେଶ କଲା ଭାରତ।