କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟିଲେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି

ଆନନ୍ଦପୁର କଲେଜକୁ ସ୍ବୟଂଶାସିତ ମହାବିଦ୍ୟାଳୟ କରିବାକୁ ଦାବି

ନୂଆଦିଲ୍ଲୀ, ୦୫/୦୮: ଓଡିଶାର ଗର୍ବ ଗୌରବ, ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଶ୍ରୀମାନ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ତାଙ୍କର ନୂଆଦିଲ୍ଲୀସ୍ଥିତ ବାସଭବନରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଭେଟି ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ଦେଇ ସମର୍ଦ୍ଧିତ କରିଛନ୍ତି। ଆନନ୍ଦପୁର କଲେଜର ଆସନ୍ତା ଡିସେମ୍ବର ମାସ ଶେଷ ସପ୍ତାହରେ ହେବାକୁ ଥିବା ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ ଜଣାଇଲେ। କେନ୍ଦୁଝର ଜିଲ୍ଲାର ଦ୍ଵିତୀୟ ବୃହତ୍ତମ ଓ ସର୍ବ ପୁରାତନ କଲେଜ ଆନନ୍ଦପୁର କଲେଜକୁ ସ୍ବୟଂଶାସିତ ମହାବିଦ୍ୟାଳୟରେ ପରିଣତ କରିବା ପାଇଁ ମାନ୍ୟବର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହୀରକ ଜୟନ୍ତୀ କମିଟିର ସଭାପତି ଶ୍ରୀ ମହେଶ୍ଵର ସାହୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ସାକ୍ଷାତ ସମୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ବିଶ୍ୱଜିତ୍ ସ୍ୱାଇଁ, ସନ୍ତୋଷ କୁମାର ଧଳ, ହେମନ୍ତ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ।