ଓଡ଼ିଶା ମେଟାଲିକ୍ସ କାରଖାନାରେ ଗ୍ୟାସ ଲିକ୍

୧ ମୃତ, ୫ ଅସୁସ୍ଥ

ଝାରସୁଗୁଡ଼ା,୬/୮: ଝାରସୁଗୁଡ଼ା ଜିଲ୍ଲାର ବୁଢୀପଦର ସ୍ଥିତ ଓଡ଼ିଶା ମେଟାଲିକ୍ସ କାରଖାନାରେ କାର୍ବନ ମୋନୋକ୍ସାଇଡ୍ ଗ୍ୟାସ୍ ଲିକ୍ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଅସୁସ୍ଥ ହୋଇଛନ୍ତି। ବରୁଣ ପ୍ରଧାନ ନାମକ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଠିକା ଶ୍ରମିକ ବରୁଣ ବ୍ରଜରାଜନଗର ଥାନା ଅନ୍ତର୍ଗତ କେଛୋବାହାଲର ବାସିନ୍ଦା ବୋଲି ଜଣାପଡ଼ିଛି। ସେହିପରି ଅସୁସ୍ଥ ୫ ଜଣଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ କାରଖାନା ପରିସରରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।