୪ ଆତଙ୍କବାଦୀଙ୍କ ବିରୋଧରେ ଏନ୍ଆଇଏର ଚାର୍ଜସିଟ୍ ଦାଖଲ

ସେମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନ ଆତଙ୍କୀ

ନୂଆଦିଲ୍ଲୀ, ୯/୮: ୪ ଜଣ ଆତଙ୍କବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା। ଗତ ଫେବ୍ରୁଆରି ମାସରେ ଲସ୍କର-ଇ-ତୋଏବା ଓ ଏହାର ସହଯୋଗୀ ଆତଙ୍କୀ ସଂଗଠନ ଦ୍ୱାରା କାଶ୍ମୀରରେ ଦୁଇ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିବା ପାକିସ୍ତାନର ଜଣେ ଆତଙ୍କବାଦୀଙ୍କ ସମେତ ୪ ଜଣ ଆତଙ୍କବାଦୀଙ୍କ ବିରୋଧରେ ଏନ୍ଆଇଏ ଚାର୍ଜସିଟ୍ ଦାଖଲ କରିଛି।

ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଅଞ୍ଚଳର ଆଦିଲ ମଞ୍ଜୁର ଲାଙ୍ଗୁ, ଅହରାନ୍ ରସୁଲ ଦାର ଓରଫ ତୋଟା, ଦାଉଦ ଏବଂ ପାକିସ୍ତାନୀ ଆତଙ୍କୀ ଜାହାଙ୍ଗୀର ଓରଫ ପୀର ସାହେବଙ୍କ ବିରୋଧରେ ଆଇପିସି ଏବଂ ୟୁଏପିଏ ଅଧିନରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ଜମ୍ମୁରେ ଏନଆଇଏ ସ୍ୱତନ୍ତ୍ର ଅଦାଲତ ଫେରାର ଅଭିଯୁକ୍ତ ଜାହାଙ୍ଗୀର ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।