ହାତ ଛାଡ଼ିଲେ ବିଜୟ ପଟ୍ଟନାୟକ

କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ବିଜୟ ପଟ୍ଟନାୟକ।

ଇମେଲରେ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ବର, ୧୬/୮: କଂଗ୍ରେସକୁ ବିଦାୟ ଦେଇଛନ୍ତି ବରିଷ୍ଠ ବିଜୟ ପଟ୍ଟନାୟକ। ବିଜୟ ତାଙ୍କ ଇସ୍ତଫାପତ୍ର ଇମେଲ ଜରିଆରେ ଏଆଇସିସିକୁ ପଠାଇଛନ୍ତି।

କଂଗ୍ରେସ ଦଳରେ ମୋର କୌଣସି ଆବଶ୍ୟକତା ନଥିଲା। ଯେଉଁଠି ଆତ୍ମସମ୍ମାନ ନାହିଁ, ସେଠାରେ ମୁଁ ରହି ପାରିବି ନାହିଁ। ତେଣୁ ମୁଁ କଂଗ୍ରେସରୁ ଇସ୍ତଫା ଦେଇଛି। ମୁଁ ବର୍ତ୍ତମାନ କୌଣସି ଦଳରେ ଯୋଗ ଦେବି ନାହିଁ। ଲୋକଙ୍କ ସେବା ପାଇଁ ମୁଁ ରାଜନୀତିରେ ଯୋଗ ଦେଇଥିଲି। ଏବେ ସିଧାସଳଖ ଲୋକଙ୍କ ସେବା କରିବି ବୋଲି ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି।