ଟ୍ରେନ ଯୋଗେ ୟୁପିରୁ ଆଳୁ ଆଣିବ ଓଡ଼ିଶା

ରେଳମନ୍ତ୍ରୀଙ୍କ ସହ ଚାଲିଛି ଆଲୋଚନା

ଭୁବନେଶ୍ୱର, ୧୮/୮: ରାଜ୍ୟରେ ଆଳୁ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ପଶ୍ଚିମବଙ୍ଗରୁ ଆଳୁ ଯୋଗାଣରେ ସମସ୍ୟା ଦେଖା ଯାଉଥିବା ବେଳେ ଏହାର ସିଧା ପ୍ରଭାବ ପଡିଥିଲା ଖାଉଟିଙ୍କ ଉପରେ। ତେବେ ରାଜ୍ୟ ସରକାର ଏଥର ଉତ୍ତରପ୍ରଦେଶରୁ ଆଳୁ ଆଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ କହିଛନ୍ତି, ଉତ୍ତରପ୍ରଦେଶରୁ ଦୁଇଟି ଟ୍ରେନରେ ଆଳୁ ଆଣିବା ପାଇଁ ଉଦ୍ୟମ ଚାଲିଛି ଏବଂ ଏ ନେଇ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରାଯାଉଛି।

ସୂଚନାନୁଯାୟୀ, ଜୁଲାଇ ମାସରୁ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ହେବାକୁ ସମସ୍ଯା ସୃଷ୍ଟି ହୋଇଥିବା ବେଳେ ଏହାକୁ କେନ୍ଦ୍ର କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଫୋନରେ କଥା ହୋଇ ଆଳୁ ରପ୍ତାନୀ ପାଇଁ ବ୍ୟବସ୍ଥା କରିଥିଲେ। ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଚିଠି ଯୋଗେ ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ ଅନୁରୋଧ କରିଥିଲେ। ହେଲେ, ଏହାର କିଛି ବି ସୁଫଳ ମିଳିନଥିଲା। ସେପଟେ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ରାଜ୍ୟ ସରକାର ଏବେ ବିକଳ୍ପ ଭାବେ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ପୂର୍ବରୁ ମଧ୍ୟ ରାଜ୍ୟ ଉତ୍ତରପ୍ରଦେଶରୁ ଆଳୁ ଆମଦାନୀ କରିଥିଲା। ହେଲେ, ଓଡ଼ିଶାରେ ଉତ୍ତରପ୍ରଦେଶର ଆଳୁ କିସମକୁ ଲୋକେ ପସନ୍ଦ ବିକ୍ରୟ ସ୍ୱାଭାବିକ ଭାବେ ହେଉନଥିଲା।ତେଣୁ ଉତ୍ତରପ୍ରଦେଶରୁ ଆଳୁ କିଣିବା ପାଇଁ ଓଡ଼ିଶା ବ୍ୟବସାୟୀ ସଂଘ ମନା କରି ଦେଇଥିଲା।