ଦଶପଲ୍ଲା ସବ ଜେଲରେ ଚଢାଉ

ମାଦକ ଦ୍ରବ୍ୟ ଜବତ

ଦଶପଲ୍ଲା – ୨୫/୦୮: ଦଶପଲ୍ଲା ସବ – ଜେଲରେ ଆଜି ସକାଳୁ ସକାଳୁ ଚଢାଉ କରାଯାଇଛି | ଚଢ଼ାଉ ତଥା ଖାନ- ତଲାସି ସମୟରେ ବିଡି, ଗୁଟଖା, ଖଇନି ସମେତ ନଗଦ ୪୨୨ ଟଙ୍କା ଜବତ ହୋଇଛି | ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଚନ୍ଦ୍ର ଶେଖର ବାରିକଙ୍କ ଉପସ୍ଥିତିରେ ଚଢାଉ କରାଯାଇଥିଲା | ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ହୋଇଥିବା ଚଢାଉରେ ଥାନାଧିକାରୀ ମୁକେଶ୍ କୁମାର ବେହେରା ପ୍ରମୁଖ ସାମିଲ୍ ହୋଇଥିଲେ | ଆସିଷ୍ଟାଣ୍ଟ ଜେଲର ସୁଦର୍ଶନ ବାରିକ ଚଢାଉ ସମୟରେ ମଧ୍ଯ ଉପସ୍ଥିତ ଥିଲେ | କଡା ସୁରକ୍ଷା ମଧ୍ୟରେ ସବ – ଜେଲ ପରିଚାଳିତ ହେଉଥିବା ଶ୍ରୀ ବାରିକ ମତବ୍ୟକ୍ତ କରିଥିବା ବେଳେ ଏସବୁ ଜିନିଷ ସବ ଜେଲ ମଧ୍ଯରୁ ମିଳିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି |